ଚିଠି ଜରିଆରେ ଅଜିତ୍‌ ଦାସଙ୍କୁ ମିଳିଥିଲା ପ୍ରଥମ ସିନେମା

Advertisment
ଅଜେୟ ଅଜିତ୍‌

TheWikiFeed

ଭୁବନେଶ୍ବର: ଏନ୍‌.ଏସ୍‌.ଡ଼ିରେ ପଢ଼ିବା ବେଳେ ଅଜିତ୍‌ ଦାସ ଭାବୁଥିଲେ ଏଠୁଁ ପାଶ୍‌ କରିବାପରେ କ’ଣ କରିବେ। ସେସମୟରେ ପ୍ରଯୋଜକ ଧୀର ବିଶ୍ୱାଳ ଗୋଟିଏ ପରେ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରୁଥା’ନ୍ତି। ଏନ୍‌.ଏସ୍‌.ଡ଼ିରେ ପଢ଼ୁଥିବାବେଳେ ହିଁ ଅଜିତ୍‌ ଦାସ ଧୀରବାବୁଙ୍କ ପାଖକୁ ନିଜର ବ୍ୟକ୍ତିଗତ ଅଭିଜ୍ଞତା ଓ ଏନ୍‌.ଏସ୍‌.ଡ଼ିରେ ପଢ଼ୁଥିବା କଥା ତଥା କଳା ପ୍ରତିଭା କଥା ଜଣାଇ ଏକ ଚିଠି ଲେଖିଥିଲେ। ତାଙ୍କର ଇଛା ଥିଲା କି ଧୀର ବିଶ୍ୱାଳ କୌଣସି ସିନେମାରେ ତାଙ୍କୁ ଅଭିନୟ କରିବାର ସୁଯୋଗ ଦେବେ। ବହୁଦିନ ଧରି ଚିଠି ପଠାଇ ଉତ୍ତର ଅପେକ୍ଷାରେ ଥାଆନ୍ତି ଅଜିତ୍‌ ଦାସ।
ଦିନେ ଧୀର ବିଶ୍ୱାଳ ଅଜିତ୍‌ ଦାସଙ୍କୁ କଟକ ଆସି ତାଙ୍କୁ ଭେଟିବା ଲାଗି ଚିଠି ଲେଖି ଜଣାଇଲେ। ଅଜିତ୍‌ ଦାସ ଚିଠି ପାଇଲା ପରେ କଟକ ଆସି ଭରତପୁର ବାସଭବନରେ ଧୀର ବିଶ୍ୱାଳଙ୍କୁ ଭେଟିଲେ। ସେହି ସମୟରେ ଶିଶିର ମିଶ୍ର ବମ୍ବେରୁ ଆସି ଧୀରଙ୍କ ପ୍ରଯୋଜନାରେ ‘ସିନ୍ଦୁର ବିନ୍ଦୁ’ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଥା’ନ୍ତି। ଧୀର ବିଶ୍ୱାଳ ଓ ଶିଶିର ମିଶ୍ର ଉଭୟେ ଅଜିତ୍‌ ଦାସଙ୍କୁ ‘ସିନ୍ଦୁର ବିନ୍ଦୁ’ରେ ମୁଖ୍ୟ ଖଳନାୟକର ଭୂମିକା ଦେଇଥିଲେ। ଅଜିତ୍‌ ଦାସ ଭାବି ନ ଥିଲେ ଯେ, ତାଙ୍କୁ ପ୍ରଥମ ସିନେମାରେ ଖଳନାୟକ ଭୂମିକାରେ ଅଭିନୟ କରିବାକୁ ପଡ଼ିବ ବୋଲି!କିନ୍ତୁ ଅଭିନେତା ହୋଇଥିବା କାରଣରୁ ସେ ଏହାକୁ ଗ୍ରହଣ କରିନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe