ଥରଟିଏ ଆସିଛନ୍ତି ଆକାଶ- ରାଲି ଯୋଡି

Advertisment
ଥରଟିଏ ଆସିଛନ୍ତି ଆକାଶ- ରାଲି ଯୋଡି

ଭୁବନେଶ୍ୱର: ଓଲିଉଡରେ କିଛି ବର୍ଷ ଧରି ବେଶ ଚର୍ଚ୍ଚାରେ ଥିଲେ ସେ। ସିଏ ଏମିତି ଜଣେ ନାୟିକା ଯାହାଙ୍କୁ ଦର୍ଶକ ହାତଗଣତି ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ଦେଖିବାକୁ ପାଇଛନ୍ତି। ଆଉ ଏକ ଉଲ୍ଲେଖନୀୟ କଥା ହେଲା ଯେ ପ୍ରତିଟି ସିନେମାରେ ତାଙ୍କୁ ଭିନ୍ନ ଭିନ୍ନ ନାୟକଙ୍କ ବିପକ୍ଷରେ ଦେଖିବାକୁ ପାଇଛନ୍ତି ଦର୍ଶକ । ଅର୍ଥାତ୍‌ ତାଙ୍କୁ ଏ ସବୁ ନାୟକଙ୍କ ନାୟିକା ହେବାର ଥରୁଟିଏ ସୁଯୋଗ ମିଳିଛି । ଏହି ନାୟିକା ଜଣକ ହେଲେ ରାଲି ନନ୍ଦ।

publive-image

ରାଲିଙ୍କ ପ୍ରଥମ ସିନେମା ହେଲା ‘କଳିଙ୍ଗପୁତ୍ର’ ।ଏଥିରେ ଉଭୟେ ନାୟକ ଓ ନାୟିକାଙ୍କୁ ବ୍ରେକ୍‌ ଦେଇଥିଲେ ପ୍ରଯୋଜକ ଏବଂ ନିର୍ଦ୍ଦେଶକ। ‘କଳିଙ୍ଗପୁତ୍ର’ରେ ନବାଗତ ଆକାଶ ଦାସ ନାୟକ ଓରଫ ଆକାଶଙ୍କ ବିପକ୍ଷରେ ନାୟିକା ସାଜିଥିଲେ ସେ ।ଏହାର ପ୍ରଯୋଜକ ହେଲେ ଦେବାନନ୍ଦ ପଣ୍ଡା ଏବଂ ନିର୍ଦ୍ଦେଶକ ଥିଲେ ବରଦା ପ୍ରସନ୍ନ ତ୍ରିପାଠୀ। ‘କଳିଙ୍ଗପୁତ୍ର’ରେ ଆକାଶ ଜଣେ ପୁଲିସ୍‌ ଅଫିସର ଭୂମିକାରେ ନଜର ଆସିଥିଲେ ଏବଂ ରାଲିଙ୍କ ଭୂମିକା ଥିଲା ଏକ ସରଳ ଗାଉଁଲୀ ଯୁବତୀ। ଉଭୟେ ଖୁବ୍‌ ପ୍ରଭାବଶାଳୀ ଅଭିନୟ ବି କରିଥିଲେ।ପ୍ରଥମ ସିନେମା ‘କଳିଙ୍ଗପୁତ୍ର’ରେ ଏହି ଯୋଡି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ,ମାତ୍ର ଏହାପରେ ଏହି ହିଟ୍‌ ପେଆରକୁ ଅନ୍ୟ କୌଣସି ସିନେମାରେ ଦେଖିବାକୁ ପାଇ ନାହାନ୍ତି ସିନେପ୍ରେମୀା ‘କଳିଙ୍ଗପୁତ୍ର’ପରେ ଆକାଶ ଏବଂ ରାଲି ବେଶ କେତୋଟି ଛବିରେ କାମ କରିଛନ୍ତି ଆଉ ସେ ଦୁହେଁ ଅନ୍ୟ କଳାକାରଙ୍କ ସହ ଯୋଡି ବନାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe