ଆଖଡ଼ାଘର ହାଲ୍‌ଚାଲ୍‌: ଚାଲିଛି ଦ୍ବିତୀୟ ନାଟକର ଅଭ୍ୟାସ

Advertisment

ଯାତ୍ରା ଅନୁଷ୍ଠାନଗୁଡ଼ିକରେ ନୂଆ ଋତୁର ଦ୍ବିତୀୟ ନାଟକର ଅଭ୍ୟାସ ଆରମ୍ଭ ହୋଇଛି। ଯାତ୍ରା ବିଶ୍ୱଦରବାର ଆଖଡ଼ାରେ ତାପସ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ନାଟ୍ୟକାର ଅଜୟ ସ’ଙ୍କ ରଚିତ ‘ସୀତା ଚୋରି ହେଲା ପଞ୍ଚବଟୀରୁ’ ଅଭ୍ୟାସ ଚାଲିଛି।

ଯାତ୍ରା ଅନୁଷ୍ଠାନଗୁଡ଼ିକରେ ନୂଆ ଋତୁର ଦ୍ବିତୀୟ ନାଟକର ଅଭ୍ୟାସ ଆରମ୍ଭ ହୋଇଛି। ଯାତ୍ରା ବିଶ୍ୱଦରବାର ଆଖଡ଼ାରେ ତାପସ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ନାଟ୍ୟକାର ଅଜୟ ସ’ଙ୍କ ରଚିତ ‘ସୀତା ଚୋରି ହେଲା ପଞ୍ଚବଟୀରୁ’ ଅଭ୍ୟାସ ଚାଲିଛି।

fhfshfxvbvb

ଯାତ୍ରା ଅନୁଷ୍ଠାନଗୁଡ଼ିକରେ ନୂଆ ଋତୁର ଦ୍ବିତୀୟ ନାଟକର ଅଭ୍ୟାସ ଆରମ୍ଭ ହୋଇଛି। ଯାତ୍ରା ବିଶ୍ୱଦରବାର ଆଖଡ଼ାରେ ତାପସ ସ୍ୱାଇଁଙ୍କ ନିର୍ଦ୍ଦେଶନାରେ ନାଟ୍ୟକାର ଅଜୟ ସ’ଙ୍କ ରଚିତ ‘ସୀତା ଚୋରି ହେଲା ପଞ୍ଚବଟୀରୁ’ ଅଭ୍ୟାସ ଚାଲିଛି। ସେହିପରି କୋଣାର୍କ ଗଣନାଟ୍ୟରେ ଦୀପକ ଜେନାଙ୍କ ରଚିତ ‘ତୁ ବୋଧେ ମୋ ଭାଗ୍ୟରେ ନାହୁଁ’ ନିର୍ଦ୍ଦେଶକ ଗୁରୁ ମିଶ୍ର ଅଭ୍ୟାସ କରାଉଛନ୍ତି। ଶିବାନୀ ଗଣନାଟ୍ୟରେ ନାଟ୍ୟକାର ନାରାୟଣ ବେହେରାଙ୍କ ନାଟକ ‘ରଜ ସୁନ୍ଦରୀ ସଜ ସିନ୍ଦୂର’ର ରିହର୍ସାଲ୍‌ ଚାଲିଛି। ଏହାର ନିର୍ଦ୍ଦେଶକ କିଶୋର ଖଣ୍ଡୁଆଳ।

କଳିଙ୍ଗ ଗଣନାଟ୍ୟରେ ସୁଶାନ୍ତ ଦାସଙ୍କ ନିର୍ଦ୍ଦେଶନାରେ ଡା. ନିହାର ମହାନ୍ତିଙ୍କ ରଚିତ ‘ତୋ ପ୍ରେମ ଲାଗେ ନୂଆ ନୂଆ’ର  ପ୍ରସ୍ତୁତି ଚାଲିଛି। ସ୍ୱପ୍ନମହଲର ଦ୍ବିତୀୟ ନାଟକ ହେଉଛି ଡା. ନିହାର ମହାନ୍ତିଙ୍କ ‘ହାରିଲେ କେତେ ଜିତିଲେ କେତେ’। ପ୍ରଶାନ୍ତ ନାୟକ (ବଳିଆ ସାର୍‌) ଏହାର ନିର୍ଦ୍ଦେଶକ। ଶ୍ରୀ ମନ୍ଦିରରେ ନାଟ୍ୟକାର ତଥା ନିର୍ଦ୍ଦେଶକ ସନ୍ତୋଷ ନାରାୟଣ ଦାସ ‘କଳା କାହ୍ନୁ ଖେଳେ ଯଶୋଦା କୋଳେ’ର ଅଭ୍ୟାସ କରାଉଛନ୍ତି। ଯାତ୍ରା ରାଜନନ୍ଦିନୀ ଆଖଡ଼ା ଘରେ ନାଟ୍ୟକାର ଅରୁଣ ନାୟକଙ୍କ ‘ଅଗ୍ନିପଥ’ର ରିହର୍ସାଲ୍‌ କରାଉଛନ୍ତି ନିର୍ଦ୍ଦେଶକ ବିକ୍ରମ ନାୟକ (ନନ୍ଦୁ)। ଯାଜ୍ଞସେନୀରେ ଚାଲିଛି ଡାକ୍ତର ଦୀପକ ଜେନାଙ୍କ ରଚିତ ‘ଗାନ୍ଧୀ କ’ଣ ଭୁଲ୍ ହେଇଗଲା କି’ର ପ୍ରସ୍ତୁତି। ନିର୍ଦ୍ଦେଶକ ମହେଶ ହାଜରା ଏହାକୁ ଅଭ୍ୟାସ କରାଉଛନ୍ତି।

ଏ ବର୍ଷ ନୂଆ କରି ଆତ୍ମପ୍ରକାଶ କରିବାକୁ ଯାଉଥିବା ରାଜଦରବାରର ପ୍ରଥମ ନାଟକ ‘କେତେ କନ୍ଦାଇବୁ କଳାସାଅନ୍ତ’ର ନିର୍ଦ୍ଦେଶନା ଦେଇଛନ୍ତି ସୁରେଶ ନାୟକ। ଓଁକାର ଗଣନାଟ୍ୟରେ ନିଜ ରଚିତ-ନିର୍ଦ୍ଦେଶିତ ନାଟକ ‘ବଞ୍ଚିବାକୁ ଏଠି ଭୟ ଲାଗୁଛି’ ଅଭ୍ୟାସ କରାଉଛନ୍ତି ମନୋଜ ପଣ୍ଡା। ରଙ୍ଗମହଲର ପ୍ରଥମ ନାଟକ, ରାଜେନ୍ଦ୍ର ରାଉଳଙ୍କ ରଚିତ ‘ଦରିଆ କୂଳର ଦରଦୀ ବନ୍ଧୁ’‌ ରିହର୍ସଲ୍‌ କରାଉଛନ୍ତି ନିର୍ଦ୍ଦେଶକ ବିକ୍ରମ ନାୟକ। ରାଜଧାନୀ ଅପେରାର ପ୍ରଥମ ନାଟକ ନବଘନ ରାଉଳଙ୍କ ରଚିତ ‘ହରିନାମେ କି ରସ ଅଛି’କୁ ରାଜଗୁରୁ ବିଜୟ ଦାସ ଅଭ୍ୟାସ କରାଉଛନ୍ତି। ଇନ୍ଦ୍ରଭବନ ଆଖଡ଼ା ଘରେ ଦୀପକ ଜେନାଙ୍କ ରଚିତ ‘ନଅଙ୍କ ଦୁର୍ଭିକ୍ଷ’ ନିର୍ଦ୍ଦେଶନା ଦେଉଛନ୍ତି ଦିନେଶ ଦାଶ। ସ୍ୱର୍ଣ୍ଣମହଲରେ ‘ବଡ଼ଲୋକ୍ ଛୋଟଲୋକ୍‌’କୁ ଇଂ. ଆଶୁତୋଷ ମହାପାତ୍ର ଅଭ୍ୟାସ କରାଉଛନ୍ତି।

- ନାରାୟଣ କୁମାର ରାଉତରାୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe