ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ପ୍ୟାଡ୍ମ୍ୟାନ୍’ର ପୋଷ୍ଟର୍ ରିଲିଜ୍ ହୋଇଯାଇଛି। ଏହି ପୋଷ୍ଟ୍ରରେ ଅକ୍ଷୟ ମହିଳାମାନେ ବ୍ୟବହାର କରୁଥିବା ଏକ ପ୍ୟାଡ ହାତରେ ଧରି ନଜର ଆସିଥିବା ଦେଖିବାକୁ ମିଳିଛି। ସେ ଏହି ପୋଷ୍ଟରକୁ ନିଜ ଟୁଇଟର୍ ଆକାଉଣ୍ଟ୍ରେ ଅପ୍ଲୋଡ୍ କରିଛନ୍ତି ଅକ୍ଷୟ। ସେ ଏହି ଫଟୋ ଅପ୍ଲୋଡ କରିବା ସହ ଅକ୍ଷୟ ଲେଖିଛନ୍ତି, ‘ଏହି ପ୍ୟାଡ୍ ମହିଳାଙ୍କୁ ୨ ମାସ ଅଧିକା ଜୀବନ ପ୍ରଦାନ କରୁଛି। ଚଳିତବର୍ଷ ଗଣତନ୍ତ୍ର ଦିବସ(୨୬.୦୧.୨୦୧୮)ରେ ‘ପ୍ୟାଡ୍ମ୍ୟାନ୍’କୁ ଭେଟନ୍ତୁ। ପୋଷ୍ଟର୍ରୁ ଅନୁମାନ କରି ହେଉଛି ଯେ ଅକ୍ଷୟ ନ୍ୟୁୟର୍କ ସହରରେ ଠିଆ ହୋଇ ପ୍ୟାଡ୍ ସଂପର୍କରେ କିଛି ବୁଝାଉଛନ୍ତି। ଚଳଚ୍ଚିତ୍ରରେ ଅକ୍ଷୟଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିବେ ରାଧିକା ଆପ୍ତେ।
ମହିଳାଙ୍କ ‘ପ୍ୟାଡ୍’ଧରି ‘ପ୍ୟାଡ୍ମ୍ୟାନ୍’ ଚଳଚ୍ଚିତ୍ର ପୋଷ୍ଟର୍ରେ ନଜର ଆସିଲେ ଅକ୍ଷୟ କୁମାର
Advertisment
Follow Us