୫୦୦ କୋଟିର ମାନହାନି ମକଦ୍ଦମା କଲେ ଅକ୍ଷୟ

Advertisment
୫୦୦ କୋଟିର ମାନହାନି ମକଦ୍ଦମା କଲେ ଅକ୍ଷୟ

HuffPost India

ଖିଲାଡି ଅକ୍ଷୟ କୁମାର ବିହାରର ଜଣେ ୟୁଟ୍ୟୁବର ରାସିଦ ସିଦ୍ଦିକିଙ୍କ ଉପରେ ୫୦୦ କୋଟିର ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଅକ୍ଷୟଙ୍କ ନାମ ଯୋଡ଼ି ଏହି ୟୁଟ୍ୟୁବର୍‌ ମିଛ ଖବର ପ୍ରଚାର କରୁଥିବାରୁ ତାଙ୍କ ନାମରେ ଅକ୍ଷୟ ଅଭିଯୋଗ କରିଛନ୍ତି।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଓ ପୁଅ ଆଦିତ୍ୟ ଠାକ୍‌ରେଙ୍କ ନାମକୁ ଟାଣି ପୂର୍ବରୁ ମଧ୍ୟ ରାସିଦ୍‌ ଗିରଫ୍‌ ହୋଇସାରିଛନ୍ତି। ଆଜି ମଧ୍ୟାହ୍ନର ସୂଚନା ଅନୁଯାୟୀ, ରାସିଦ୍‌ ଏକ ଭିଡିଓରେ କହିଥିଲେ, ରିୟା ଚକ୍ରବର୍ତୀଙ୍କୁ କାନାଡା ଫେରାର୍‌ କରାଇବାରେ ଅକ୍ଷୟ ସାହାଯ୍ୟ କରିଥିଲେ। ଏଥିସହ ସୁଶାନ୍ତ ମୃତ୍ୟୁ ମାମଲା ସମ୍ପର୍କରେ ଉଦ୍ଧବ ଓ ଆଦିତ୍ୟ ଠାକ୍‌ରେଙ୍କ ସହ ଅକ୍ଷୟ ଏକ ଗୁପ୍ତ ବୈଠକ କରିଥିଲେ। ସେ ଭିଡିଓରେ ଆହୁରି ମଧ୍ୟ କହିଥିଲେ ଯେ ସୁଶାନ୍ତ ‘ଏମ୍‌ ଏସ୍‌ ଧୋନି: ଦ ଅନ୍‌ଟୋଲ୍ଟ ଷ୍ଟୋରି’ କରିଥିବାରୁ ଅକ୍ଷୟ ତାଙ୍କ ଉପରେ କ୍ଷୁବ୍ଧ ଥିଲେ। ଏଭଳି ମିଛ ଓ ଭିତ୍ତିହୀନ ଖବର ପ୍ରଚାରପ୍ରସାର ଅଭିଯୋଗରେ ଅକ୍ଷୟ ଏହି ମାନହାନି ମକଦ୍ଦମା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe