ନିଜଠାରୁ ୧୦ବର୍ଷ ବଡ଼ ଏହି ବ୍ୟବସାୟୀଙ୍କୁ ଡେଟ କରୁଛନ୍ତି ବିଶ୍ବ ସୁନ୍ଦରୀ ମାନୁଷୀ ଚିଲ୍ଲାର

Advertisment
ନିଜଠାରୁ ୧୦ବର୍ଷ ବଡ଼ ଏହି ବ୍ୟବସାୟୀଙ୍କୁ ଡେଟ କରୁଛନ୍ତି ବିଶ୍ବ ସୁନ୍ଦରୀ ମାନୁଷୀ ଚିଲ୍ଲାର

aajtak

ମୁମ୍ବାଇ: ୨୦୧୭ ମସିହାରେ ବିଶ୍ୱ ସୁନ୍ଦରୀ ମୁକୁଟ ଜିତିଥିବା ଭାରତୀୟ ଝିଅ ମାନୁଷୀ ଚିଲ୍ଲାର ଏବେ ନିଜ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। କିଛି ମାସ ତଳେ ତାଙ୍କ ଅଭିନୀତ ଫିଲ୍ମ ସମ୍ରାଟ ପୃଥ୍ବୀରାଜକୁ ନେଇ ସେ ଚର୍ଚ୍ଚାରେ ଥିଲେ। ହେଲେ ଫିଲ୍ମଟି ଭଲ ବ୍ୟବସାୟ କରିପାରିନଥିଲା। ଏହା ପରେ ତାଙ୍କୁ ନେଇ କୌଣସି ଖବର ଆସିନଥିବା ବେଳେ ଏବେ ସେ ଜଣେ ବ୍ୟବସାୟୀଙ୍କୁ ଡେଟ କରୁଥିବା ନେଇ ଚର୍ଚ୍ଚା ହେଉଛି।

ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ ମାନୁଷୀ ଚିଲ୍ଲାର ଜେରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମତଙ୍କୁ ଡେଟ କରୁଛନ୍ତି। କୁହାଯାଉଛି ଯେ ମାନୁଷୀ ନିଖିଲଙ୍କ ସହ ଅନେକ ଥର ବୁଲୁଥିବାର ନଜର ଆସିଛନ୍ତି। ୨୦୨୧ରୁ ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ସାମ୍ନାକୁ ଆସିଛି। ତେବେ ପରସ୍ପରକୁ ଡେଟ କରୁଥିଲେ ବି ଦୁହେଁ ସେମାନଙ୍କ ସମ୍ପର୍କକୁ ସମସ୍ତଙ୍କ ଆଖିରୁ ଲୁଚାଇ ରଖିଥିଲେ। ନିକଟରେ ଏହି ପ୍ରେମୀଯୁଗଳ ଋଷିକେଶ ଯାଇଥିବା କୁହାଯାଉଛି।

ତେବେ ନିଜର ସମ୍ପର୍କକୁ ନେଇ ଦୁହେଁ ଗମ୍ଭୀର ଥିଲେ ବି ବିବାହ ନକରି ଏବେ ଦୁହେଁ ନିଜ କ୍ୟାରିୟରରେ ଧ୍ୟାନ ଦେବାକୁ ଚାହୁଁଥିବା ଜଣାପଡ଼ିଛି। ଦୁହିଁଙ୍କ ପରିବାର ବିବାହ ପାଇଁ ରାଜି ଅଛନ୍ତି। ହେଲେ ଏବେ ବିବାହ କରିବାର ଯୋଜନା ନଥିବାରୁ ଦୁହେଁ ନିଜ ସର୍ମ୍ପକୁ ଲୋକଲୋଚନକୁ ଆଣିବାକୁ ଚାହୁଁନଥିବ‌ା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe