କେଉଁ ନେତା ଭଲ ଅଭିନୟ କରିପାରିବେ? ଭାଇରାଲ ହେବାରେ ଲାଗିଛି ଅକ୍ଷୟ କୁମାରଙ୍କ ବୟାନ

Advertisment

ବଲିଉଉଡ୍‌ର ଅଭିନେତା ଅକ୍ଷୟ କୁମାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କେଉଁ ନେତା ଜଣେ ଭଲ ଅଭିନେତା ହୋଇପାରିବେ ସେ ପ୍ରଶ୍ନର ଉତ୍ତର ଦେଉଛନ୍ତି।

ବଲିଉଉଡ୍‌ର ଅଭିନେତା ଅକ୍ଷୟ କୁମାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କେଉଁ ନେତା ଜଣେ ଭଲ ଅଭିନେତା ହୋଇପାରିବେ ସେ ପ୍ରଶ୍ନର ଉତ୍ତର ଦେଉଛନ୍ତି।

566

ମୁମ୍ବାଇ: ବଲିଉଉଡ୍‌ର ଅଭିନେତା ଅକ୍ଷୟ କୁମାରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଦେଶର କେଉଁ ନେତା ଜଣେ ଭଲ ଅଭିନେତା ହୋଇପାରିବେ? ଏହା ଉପରେ ଅକ୍ଷୟ କୁମାର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପାର୍ଟି ମୁଖ୍ୟଙ୍କ ନାମ ନେଇଥିଲେ, ଯାହାର ଭିଡିଓ ଏବେ  ସୋସିଆଲ ମିଡିଆରେ ଭାଇରାଲ ହୋଇଛି। 

ଏକ ସାକ୍ଷାତକାରରେ ଅକ୍ଷୟଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣ ଭାବୁଥିବେ ଜଣେ ବଡ଼ ନେତା ଯିଏ ଜଣେ ଭଲ ଅଭିନେତା ହୋଇପାରିବେ? ''ଉତ୍ତରରେ ଅକ୍ଷୟ କୁମାର ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ନେଇଥିଲେ।

ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଙ୍କ ଉତ୍ତରକୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା।'' ଏହା ପରେ କୁହାଯାଇଥିଲା ଯେ, କେଜ୍ରିୱାଲ ଅଭିନୟରେ ଆସିବେ କି ନାହିଁ ଜଣାନାହିଁ କିନ୍ତୁ ଦର୍ଶକ ବହୁତ ପ୍ରଶଂସା କରିଥିଲେ। ଏହାପରେ ଅକ୍ଷୟ କୁମାର କହିଛନ୍ତି ଯେ ଏହା ଏକ ପ୍ରଶଂସା। ତାଙ୍କର ଏହି ବୟାନ ଏବେ ଭାଇରାଲ ହେବାରେ ଲାଗିଛି ଏବଂ ଏହାକୁ ବିଭିନ୍ନ ପ୍ରକାରର କ୍ୟାପସନ୍ ସହିତ ସେୟାର କରାଯାଉଛି। 

ଅଜୟ ଦେବଗନ୍ ଅକ୍ଷୟ କୁମାରଙ୍କ ସହ ହିନ୍ଦୁସ୍ତାନ ଟାଇମ୍ସ କାର୍ଯ୍ୟକ୍ରମରେ ମଧ୍ୟ ଭାଗ ନେଇଥିଲେ। ଏହି ସମୟରେ ଅଜୟ ଦେବଗନ୍ କହିଛନ୍ତି,'ମୁଁ ଏକ ଫିଲ୍ମର ନିର୍ଦ୍ଦେଶନା ଦେଉଛି । ଯେଉଁଥିରେ ଅକ୍ଷୟ କୁମାର  ହିରୋ ହେବାକୁ ଯାଉଛନ୍ତି। ତେବେ ଫିଲ୍ମର ସବିଶେଷ ତଥ୍ୟ କହିବା ପାଇଁ ଟିକେ ସମୟ ଲାଗିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe