ନିଜ ବାୟୋପିକ୍‌ ପ୍ରସ୍ତୁତି ଉପରେ ଏପରି ମନ୍ତବ୍ୟ ଦେଲେ ଖିଲାଡିି ବୟ ଅକ୍ଷୟ କୁମାର

Advertisment
ନିଜ ବାୟୋପିକ୍‌ ପ୍ରସ୍ତୁତି ଉପରେ ଏପରି ମନ୍ତବ୍ୟ ଦେଲେ ଖିଲାଡିି ବୟ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡର ଖିଲାଡି ବୟ୍‌ ଅଭିନେତା ଅକ୍ଷୟ କୁମାର ଅଭିନୟ ଓ ବ୍ୟକ୍ତଗତ ଜୀବନରେ ବେଶ୍‌ ସଫଳ । ଏଥିସହିତ ସେ ତାଙ୍କ ଅଭିନୟ କ୍ୟାରିଅର୍‌ରେ ଏପରି କିଛି ବିଷୟବସ୍ତୁ ନେଇ ଫିଲ୍ମ କରିଛନ୍ତି, ଯାହାକୁ ନେଇ ତାଙ୍କ ସମସାମୟିକ ଅଭିନେତା ଫିଲ୍ମ କରିନାହାନ୍ତି । ବିଗତ କିଛି ଦିନ ହେବ ବଲିଉଡ୍‌ରେ ବାୟୋପିକ୍‌ର ଟ୍ରେଣ୍ଡ ଚାଲିଥିବା ବେଳେ ନିକଟରେ ଅଭିନେତା ସଂଜୟ ଦତ୍ତଙ୍କ ଜୀବନୀକୁ ନେଇ ଫିଲ୍ମ ‘ସଂଜୁ’ ପ୍ରସ୍ତୁତ ହୋଇଛି ।

ତେବେ ଏହି ନିକଟରେ ଏକ ସାକ୍ଷାତକାର ଜରିଆରେ ଅଭିନେତା ଅକ୍ଷୟ କୁମାରଙ୍କୁ ତାଙ୍କ ଜୀବନୀକୁ ନେଇ ସେ ଫିଲ୍ମ ନିର୍ମାଣକୁ ପସନ୍ଦ କରିବେ କି ବୋଲି ପ୍ରଶ୍ନ କରାଯାଇଥିଲା।ଏହାର ଉତ୍ତରରେ ଅକ୍ଷୟ କହିଥିଲେ କି ନା କେବେ ସେ ନିଜ ଉପରେ ବାୟୋପିକ୍‌ ପ୍ରସ୍ତୁତ କରିବେ, ନା ବହି ଲେଖିବେ। ଏଥିସହିତ ସେ କହିଥିଲେ, ଆମ ଇତିହାସରେ ଏପରି ଅନେକ କାହାଣୀ ରହିଛି ଯାହାକି ଲୋକଙ୍କ ସମ୍ମୁଖକୁ ଆସିନାହିଁ। ସେ ସବୁକୁ ନେଇ ଫିଲ୍ମ କରିବା ବାକି ରହିଛି। ଏହାସହିତ ଭାରତ ବର୍ଷରେ ଏପରି ବହୁ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଭାରତବର୍ଷକୁ ଉନ୍ନତିର ଚରମସୀମାରେ ପହଞ୍ଚାଇଛନ୍ତି, ସେମାନଙ୍କ ବାୟୋପିକ ହୋଇନାହିଁ। ତେଣୁ ନିଜ ଉପରେ ବାୟୋପିକ୍‌ ନିର୍ମାଣ କରିବାର ମୂର୍ଖାମୀ ସେ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରିଛନ୍ତି ଅକ୍ଷୟ କୁମାର। ଏତଦ୍‌ବ୍ୟତୀତ ଅଭିନେତା ଅକ୍ଷୟ ତାଙ୍କ ଜୀବନୀ ଉପରେ ପ୍ରସ୍ତୁତ ବାୟୋପିକ୍‌କୁ ତାଙ୍କ ପୁଅ ପରଦାରେ ଦେଖୁ ବୋଲି ଚାହାଁନ୍ତି ନାହିଁ ବୋଲି ମଧ୍ୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe