ବଲିଉଡ୍‌ରେ ଡ୍ରଗ୍ସ କାରବାର ନେଇ ନୀରବତା ଭାଙ୍ଗିଲେ ଅକ୍ଷୟ, ଲମ୍ବା ବିବୃତି ଦେଇ ଜାରି କଲେ ଭିଡିଓ

Advertisment
ବଲିଉଡ୍‌ରେ ଡ୍ରଗ୍ସ କାରବାର ନେଇ ନୀରବତା ଭାଙ୍ଗିଲେ ଅକ୍ଷୟ, ଲମ୍ବା ବିବୃତି ଦେଇ ଜାରି କଲେ ଭିଡିଓ

DNA India

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ବେନିୟମ ଡ୍ରଗ୍ସ କାରବାରର ସଂଯୋଗ ରହିଥିବା ଜଣାପଡ଼ିବା ପରେ ଜଣେ ପରେ ଜଣେ ବଲିଉଡ୍‌ ତାରକା ଏହି ମାମଲାରେ ଛନ୍ଦି ହେବାରେ ଲାଗିଛନ୍ତି। କିିଛି ବଲିଉଡ୍‌ ତାରକା ଏ ସଂପର୍କରେ ନୀରବ କାହିଁକି ରହିଛନ୍ତି ବୋଲି ପ୍ରଶ୍ନ ଉଠିବା ପ‌ରେ ନିଜର ନୀରବତା ଭଙ୍ଗ କରିଛନ୍ତି ଖିଲାଡି ବୟ ଅକ୍ଷୟ କୁମାର। ସେ ବଲିଉଡ୍‌ରେ ଡ୍ରଗ୍ସ କାରବାର ଚାଲୁଥିବା ନେଇ ସ୍ବୀକାର କରିଛନ୍ତି। ଅକ୍ଷୟ କହିଛନ୍ତି କି ଡ୍ରଗ୍ସ ବ୍ୟବହାର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସମସ୍ୟା। ମାତ୍ର ପୂରା ଇଣ୍ଡଷ୍ଟ୍ରିକୁ ଏଥିପାଇଁ ବଦନାମ ନ କରିବାକୁ ସେ ଅନୁରୋଧ କରିଛନ୍ତି।

ସେ ହିନ୍ଦୀ ଭାଷାରେ ଲମ୍ବା ବିବୃତି ଦେଇ ତାଙ୍କର ଏକ ଭିଡିଓ ଜାରି କରିଛନ୍ତି। ଭିଡିଓରେ ଅକ୍ଷୟ କହିଛନ୍ତି, ‘ମୁଁ ଆଜି ଆପଣମାନଙ୍କ ସହ ଭାରୀ ହୃଦୟରେ ଏକ କଥା କହିବାରୁ ଯାଉଛି। ଗତ କିଛି ସପ୍ତାହ ମଧ୍ୟରେ, ମୁଁ କିଛି କଥା କହିବାକୁ ଚାହୁଁଥିଲି କିନ୍ତୁ ଚାରିପାଖରେ ଏତେ ନକାରାତ୍ମକତା ଭରି ରହିଥିଲା ଯେ ମୁଁ କ’ଣ କହିବି, କେତେ କହିବି ଏବଂ କାହାକୁ କହିବି କିଛି ବୁଝିପାରୁ ନଥିଲି। ଯଦିଓ ଆମକୁ ‘ତାରକା’ କୁହାଯାଏ, ଆପଣ (ଦର୍ଶକ) ହିଁ ଆପଣମାନଙ୍କ ପ୍ରେମରେ ବଲିଉଡ୍‌କୁ ଗଢ଼ିଛନ୍ତି। ଆମେ କେବଳ ଜଣେ ଜଣେ କଳାକାର; ଚଳଚ୍ଚିତ୍ର ମାଧ୍ୟମରେ, ଆମେ ପୂରା ବିଶ୍ବର କୋଣ ଅନୁକୋଣରେ ଭାରତୀୟ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ଜଣାଇଥାଉ। ଆମ ଦେଶରେ ଲୋକଙ୍କ ଭାବନାକୁ ଚିତ୍ରଣ କରିବାକୁ ଚଳଚ୍ଚିତ୍ର ଜରିଆରେ ଚେଷ୍ଟା କରିଛୁ।’

publive-image
Free Press Journal

‘ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ପ୍ରସଙ୍ଗ ସାମ୍ନାକୁ ଆସିଛି, ଯାହାକି କଳାକାରମାନଙ୍କ ବିଷୟରେ ଟିକ୍‌ନିକ୍‌ ଯାଞ୍ଚ୍‌ କରିବାର ସୁଯୋଗ ଦେଇଛି। ଯେପରିକି ବର୍ତ୍ତମାନ ଡ୍ରଗ୍ସ ବିଷୟରେ ଆଲୋଚନା ହେଉଛି। ମୁଁ ଆପଣଙ୍କୁ ମିଛ କହିପାରିବି ନାହିଁ ଯେ ବଲିଉଡ୍‌ରେ ଏପରି ଘଟେନି ବୋଲି। ଡ୍ରଗ୍ସ ନିଶ୍ଚିତ ଭାବେ ବଲିଉଡ୍‌ର ଏକ ସମସ୍ୟା। ମାତ୍ର ପ୍ରତ୍ୟେକ ବ୍ୟକ୍ତି ଏଥିରେ ଜଡ଼ିତ ନୁହଁନ୍ତି। ଏହା କିପରି ସମ୍ଭବ?’ ତେଣୁ ଏଥିଲାଗି ପୂରା ବଲିଉଡକୁ ବଦନାମ୍ କରିବା ଅନୁଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe