ଝିଅକୁ ନଗ୍ନ ଫଟୋ ମାଗୁଥିବା ଅନ୍‌ଲାଇନ୍‌ ଗେମର୍‌ ବିଷୟରେ ପ୍ରକାଶ କଲେ ଖିଲାଡ଼ି ବୟ

ଅନଲାଇନରେ ଖେଳ ଖେଳୁଥିବା ସମୟରେ ପିଲାମାନେ ପ୍ରାୟତଃ ଅଘଟଣର ଶିକାର ହୋଇପାରନ୍ତି। ନିକଟରେ, ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଝିଅ ସହିତ ଜଡିତ ଏକ ଘଟଣା ବର୍ଣ୍ଣନା କରିଛନ୍ତି। ସେ କହିଥିଲେ ଯେ କିପରି ଜଣେ ଅନଲାଇନ୍ ଖେଳାଳି ତାଙ୍କ ଝିଅକୁ ନଗ୍ନ ଫଟୋ ମାଗୁଥିଲେ।

Untitled-30

ମୁମ୍ବାଇ: ଆମ ଚାରିପାଖରେ ଅନେକ ଲୋକ ସାଇବର ଅପରାଧର ଶିକାର ହୋଇଛନ୍ତି। ସାଇବର ଅପରାଧୀମାନେ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ଅଭିନବ ପଦ୍ଧତି ବ୍ୟବହାର କରନ୍ତି। ସେମାନଙ୍କର ଶିକାର କେବଳ ସାଧାରଣ ଲୋକ ନୁହଁନ୍ତି; ବରଂ ସେଲିବ୍ରିଟିମାନଙ୍କୁ ବି ନିଜର ଟାର୍ଗେଟ ବନାନ୍ତି। 

ବଲିଉଡ ଅଭିନେତା ଅକ୍ଷୟ କୁମାର ଏପରି ଏକ ଘଟଣାକୁ ବର୍ଣ୍ଣନା କରିଛନ୍ତି। ସେ ବର୍ଣ୍ଣନା କରିଛନ୍ତି ଯେ କିପରି ତାଙ୍କ ଝିଅ ନିତାରା ସାଇବର ଅପରାଧର ଶିକାର ହେଲେ। କେବଳ ସେତିକି ନୁହେଁ; ଶିକାର ହେବା ସହ ନିଜର ଉପସ୍ଥିତ ବୁଦ୍ଧି ହେତୁ ସେ ନିଜକୁ ମୁକୁଳାଇ ବି ପାରିଲେ। 

ଏକ ଖବର ସଂସ୍ଥା ସହିତ କଥାବାର୍ତ୍ତା ସମୟରେ ଅକ୍ଷୟ କୁମାର କହିଛନ୍ତି, "ମୁଁ କିଛି ମାସ ପୂର୍ବେ ଘଟିଥିବା ଏକ ଘଟଣା ଆପଣମାନଙ୍କ ସହିତ ସେୟାର କରିବାକୁ ଚାହୁଁଛି।" ସେ କହିଛନ୍ତି କି ତାଙ୍କ ଝିଅ ଅନ୍‌ଲାଇନ୍‌ରେ ଭିଡିଓ ଗେମ୍‌ ଖେଳନ୍ତି। ଭିଡିଓ ଗେମ୍‌ ଖେଳିବା ପରେ ଜଣେ ଅନ୍ୟ ଜଣେ ଅଜଣା ପାର୍ଟନରଙ୍କ ସହ ସଂଯୋଗରେ ଆସନ୍ତି। ତାଙ୍କ ଝିଅ ଯାହାଙ୍କ ସହ ଖେଳୁଥିଲେ ସେ ତାଙ୍କ ଝିଅକୁ ପଚାରିଲେ କି ତୁମେ ପୁଅ ନା ଝିଅ। ଅକ୍ଷୟଙ୍କ ଝିଅ ଯେତେବେଳେ ନିଜେ ଜଣେ ମହିଳା ବୋଲି ପରିଚୟ ଦେଲେ ତ ଉକ୍ତ ଅନ୍‌ଲାଇନ୍‌ ‌ଖେଳାଳି ଜଣକ ତାଙ୍କୁ ନଗ୍ନ ଫଟୋ ମାଗିଲେ।

ହେଲେ ଅକ୍ଷୟଙ୍କ ଝିଅ ତୁରନ୍ତ ଏହି କଥାକୁ ତାଙ୍କ ମାଆ ଟ୍ବିଙ୍କିଲ୍‌ଙ୍କ ସହ ସେୟାର୍‌ କରିବା ସହ ସେହି ଗେମ୍‌ରୁ ବାହାରିଗଲେ। ଯେକୌଣସି ବ୍ୟକ୍ତି ଏପରି ଘଟଣାର ଶିକାର ହୋଇପାରନ୍ତି। ତେଣୁ, ଅନଲାଇନ୍‌ରେ ଖେଳ ଖେଳିବା ସମୟରେ ସତର୍କ ରୁହନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe