ସିନେ ଓ ଟିଭି ସଂଘକୁ ଅକ୍ଷୟ କୁମାର ଦେଲେ ୪୫ଲକ୍ଷ

ସିନେ ଓ ଟିଭି ସଂଘକୁ ଅକ୍ଷୟ କୁମାର ଦେଲେ ୪୫ଲକ୍ଷ

PagalParrot

କରୋନା ସଂକ୍ରମଣ ଯୋଗୁଁ ଚଳଚ୍ଚିତ୍ର ଓ ଟିଭି ଇଣ୍ଡଷ୍ଟ୍ରିର ଅନେକ ଲୋକ କାମ ହରାଇ ବସି ରହିଥିବା ବ‌େଳେ ଅକ୍ଷୟ କୁମାର ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ପ୍ରଥମରୁ ସେ ପିଏମ୍‌ କେୟାର୍ସ ପାଣ୍ଠିକୁ ୨୫ କୋଟି, ପରେ ବିଏମ୍‌ସିକୁ ୩ କୋଟି ଦାନ କରିଥିବା ବେଳେ ସିନେ ଓ ଟିଭି ଆର୍ଟିଷ୍ଟ ଆସୋସିଏସନକୁ ଅକ୍ଷୟ ୪୫ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି।

ସାଜିଦ ନାଦିୟାଦବାଲା ଏ ସମ୍ପର୍କରେ ଅକ୍ଷୟ କୁମାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅକ୍ଷୟ ସେମାନଙ୍କ ସମସ୍ୟା ଶୁଣି‌ ଲୋକଙ୍କ ତାଲିକା ମାଗିଥିଲେ। ୧୫୦୦ ଲୋକଙ୍କ ତାଲିକା ଦିଆଯିବା ପରେ ସେ ପ୍ରତ୍ୟେକଙ୍କ ଆକାଉଣ୍ଟକୁ ୩ହଜାର ଟଙ୍କା ଲେଖାଏ ପଠାଇଥିଲେ। ଏଥିସହ ଆଗକୁ ଯଦି ଗୁଜୁରାଣ ମେଣ୍ଟାଇବାରେ ସମସ୍ୟା ହୁଏ ସେମାନଙ୍କୁ ପୁନଃ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ସାଜିଦ୍‌ ଓ ଅକ୍ଷୟ ଆଶ୍ବାସନା ଦେଇଛନ୍ତି। ଅକ୍ଷୟ ୨୦ ଜଣିଆ ଟିମ୍‌ ସହ ନିଜର ସୁଟିଂ କାମ ଆରମ୍ଭ କରିଛନ୍ତି। ସୁଟିଂ ସମୟରେ ସମସ୍ତେ ଗାଇଡ୍‌ଲାଇନ୍ ପାଳନ କରିଥିବା କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe