'ଫିଲହାଲ୍'ର ଦ୍ବିତୀୟ ଭାଗ ନିର୍ମାଣ କରୁଛନ୍ତି ନିର୍ମାତା, ଏହି ଅଭିନେତ୍ରୀଙ୍କ ସହ ନଜର ଆସିବେ ଅକ୍ଷୟ

Advertisment
'ଫିଲହାଲ୍'ର ଦ୍ବିତୀୟ ଭାଗ ନିର୍ମାଣ କରୁଛନ୍ତି ନିର୍ମାତା, ଏହି ଅଭିନେତ୍ରୀଙ୍କ ସହ ନଜର ଆସିବେ ଅକ୍ଷୟ

YouTube

ମୁମ୍ବାଇ: ୨୦୧୯ରେ ରିଲିଜ୍ ହୋଇଥିଲା ମ୍ୟୁଜିକ୍ ଆଲବମ୍ 'ଫିଲହାଲ୍'। ଏହି ଆଲବମରେ ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନଜର ଆସିଥିବା ବେଳେ ପ୍ରଥମ କରି ଅଭିନୟ କରିଥିଲେ ଅଭିନେତ୍ରୀ କ୍ରିତି ସନୋନଙ୍କ ଭଉଣୀ ନୂପୁର ସନୋନ୍। ଦୁହିଁଙ୍କ ଅଭିନୟଙ୍କୁ ଦର୍ଶକ ପସନ୍ଦ କରିଥିବା ବେଳେ ଏହାର ଗୀତଗୁଡ଼ିକ ସୁପରହିଟ୍ ହୋଇଥିଲା। ୟୁଟ୍ୟୁବରେ ଏ ପର୍ଯ୍ୟନ୍ତ ଏହାକୁ ୫୪୧ମିଲିୟନ ଲୋକେ ଦେଖିସାରିଛନ୍ତି। ସମସ୍ତଙ୍କ ମନରେ ଏହି ଗୀତଟି ଏକ ସ୍ବତନ୍ତ୍ର ଘର କରିଥିବା ବେଳେ ଏବେ ଖୁବ୍ ଶୀଘ୍ର ଏହାର ଦ୍ବିତୀୟ ଭାଗ ସାମ୍ନାକୁ ଆସିବାକୁ ଯାଉଥିବା ଜଣାପଡ଼ିଛି।

ଅଭିନେତା ଅକ୍ଷୟ କୁମାର 'ଫିଲହାଲ'ର ଦ୍ବିତୀୟ ଭାଗ ଆସିବା ନେଇ ଘୋଷଣା କରିଦେଇଛନ୍ତି। ଇନଷ୍ଟା ଓ ଟୁଇଟରରେ ଏକ ଫଟୋ ସେୟାର କରି କ୍ୟାପସନ‌ରେ ଲେଖିଛନ୍ତି, ଆଉ ଏକ ଗୀତ ସହ ଜାରି ରହିବ କାହାଣୀ। ତେବେ ଏହାର ଦ୍ବିତୀୟ ଭାଗରେ ମଧ୍ୟ ନୂପୁର ନଜର ଆସିବେ ବୋଲି ଜଣାପଡ଼ିଛି।

ଫଟୋ ସେୟାର କରିବା ସହ ଅକ୍ଷୟ ନୂପୁର ସନୋନ୍, ବିପ୍ରାକ୍, ଏମିବିର୍କ, ଜାନୀ, ଅରବିନ୍ଦ ଖେଡାଙ୍କ ସମେତ ଅନ୍ୟ କିଛି ଜଣଙ୍କୁ ଟ୍ୟାଗ୍ କରିଛନ୍ତି। ଫଟୋରେ ନୂପୁର ସନୋନଙ୍କୁ ଟ୍ୟାଗ୍ କରିବା ପରେ ଏହାର ଦ୍ବିତୀୟ ଭାଗରେ ମଧ୍ୟ ନୂପୁର ନଜର ଆସିବେ ବୋଲି ସ୍ପଷ୍ଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe