କାମ କରିବା ପରେ ବି କିଛି ପ୍ରଯୋଜକ ଦେଉନାହାନ୍ତି ପାରିଶ୍ରମିକ: ଅକ୍ଷୟ କୁମାର

Advertisment
କାମ କରିବା ପରେ ବି କିଛି ପ୍ରଯୋଜକ ଦେଉନାହାନ୍ତି ପାରିଶ୍ରମିକ: ଅକ୍ଷୟ କୁମାର

ମୁମ୍ବାଇ: ଆଜିକାଲି ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ବୃତ୍ତିଗତ ଜୀବନ ଭଲରେ ଚାଲିନାହିଁ। ତାଙ୍କର ଚଳଚ୍ଚିତ୍ରଗୁଡ଼ିକ ଲଗାତାର ଫ୍ଲପ୍ ହେବାରେ ଲାଗିଛି। ୨୦୨୨ପରଠାରୁ, ତାଙ୍କର କେବଳ ଗୋଟିଏ ଚଳଚ୍ଚିତ୍ର ହିଟ୍ ହୋଇଛି, ତାହା ହେଉଛି ଓଏମଜି-୨। ଏବେ ତାଙ୍କର ଫିଲ୍ମ ସରଫିରା ପ୍ରେକ୍ଷାଳୟରେ ଥିଲେ ବି ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିପାରୁନାହିଁ। ଏମଧ୍ୟରେ ଅଭିନେତା ଏକ ବଡ଼ ଅଭିଯୋଗ କରିଛନ୍ତି। କାମ କରିବା ପରେ ବି କିଛି ପ୍ରଯୋଜକ ତାଙ୍କୁ ପାରିଶ୍ରମିକ ଦେଇନଥିବା କହିଛନ୍ତି ଅକ୍ଷୟ।

ଏକ ସାକ୍ଷାତକାରରେ ଅକ୍ଷୟଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣଙ୍କୁ ବ୍ୟବସାୟରେ କେବେ କେହି ଠକିଛନ୍ତି କି? ଉତ୍ତରରେ କାହାର ନାମ ନ ନେଇ ଅକ୍ଷୟ କହିଥିଲେ ଯେ, "ଏହା ଏକ ସାଧାରଣ କଥା। ମୁଁ ଏହା ବିଷୟରେ ମଧ୍ୟ ଆଲୋଚନା କରେ ନାହିଁ। ମୁଁ ଚୁପ୍ ହୋଇଯାଏ ଏବଂ ଚୁପଚାପ ସେଠାରୁ ବାହାରିଯାଏ। କାମ କରିବା ପରେ କିଛି ପ୍ରଯୋଜନ ଟଙ୍କା ଦିଅନ୍ତି ନାହିଁ। ଏହା ଠକାମୀ। କିନ୍ତୁ ମୁଁ ସେମାନଙ୍କୁ କିଛି ନକହି ସେମାନଙ୍କଠାରୁ ଦୂରେଇ ଯାଏ।"

ତାଙ୍କର ଏହି ବୟାନ ଏବେ ଭାଇରାଲ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe