ଫଟୋଗ୍ରାଫର୍ସଙ୍କୁ ଏଭଳି ଚକମା ଦେଖାଇଲେ ଅକ୍ଷୟ କୁମାର, ଭିଡିଓ ଦେଖନ୍ତୁ

Advertisment
ଫଟୋଗ୍ରାଫର୍ସଙ୍କୁ ଏଭଳି ଚକମା ଦେଖାଇଲେ ଅକ୍ଷୟ କୁମାର, ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ଏହି ଭିଡିଓରେ ସେ ଫଟୋଗ୍ରାଫର୍ସଙ୍କୁ ଚକମା ଦେଖାଇ ଦୌଡ଼ି ଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କ ପ୍ରଶଂସକଙ୍କ ସମେତ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ମଜାଳିଆ ପ୍ରତିକ୍ରିୟା ବି ଦେଉଛନ୍ତି।

ତେବେ ଏହି ଘଟଣାଟି ହେଉଛି ଏପରି, ଅକ୍ଷୟ କୁମାର ସୁଟିଂ ସାରି ଫେରୁଥିଲେ। ଏହି ସମୟରେ ତାଙ୍କୁ କିଛି ଫଟୋଗ୍ରାଫର ଘେରି ଯାଇଥିଲେ। ସେ ଚାଲୁଚାଲୁ ହଠାତ ଫଟୋଗ୍ରାଫରଙ୍କୁ ଚକମା ଦେଖାଇ ସେହି ସ୍ଥାନରୁ ଦୌଡ଼ି ଯାଇଥିଲେ।

ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ବି ଅକ୍ଷୟ ତାଙ୍କ ପ୍ରଶଂସଙ୍କ ସହିତ ଅନେକ ସମୟରେ ମଜା କରୁଥିବା ଦେଖିବାକୁ ମିଳିଛି। ଏଥିସହିତ ଅକ୍ଷୟଙ୍କୁ ବଡ଼ ହୃଦୟବାନ ବ୍ୟକ୍ତି ଭାବେ ବି ଜଣା ଯାଇଥାଏ। କାରଣ ନିକଟରେ ଖବର ଆସିଥିଲା ବି ଅକ୍ଷୟ ଅଭିନେତା ଅମିର ଖାନ୍‌ଙ୍କ କଥାରେ ରାଜି ହୋଇ ସେ ନିଜର ‘ବଚ୍ଚନ ପାଣ୍ଡେ’ର ରିଲିଜ ତାରିଖକୁ ବଦଳାଇ ଦେଇଥିଲେ। କାରଣ ଖ୍ରୀଷ୍ଟମାସ୍‌ରେ ‘ବଚ୍ଚନ ପାଣ୍ଡେ’ ଓ ‘ଲାଲ ସିଂହ ଚଡ୍‌ଢ଼ା’ ଦୁଇଟି ସିନେମା ଏକାଠି ରିଲିଜ ହେବାର ଥିଲା। ତେଣୁ ଅମୀର ଅକ୍ଷୟଙ୍କୁ ତାଙ୍କ ସିନେମା ରିଲିଜ ତାରିଖକୁ ଘୁଞ୍ଚାଇବାକୁ କହିଥିଲେ। ଅକ୍ଷୟ ଅମୀରଙ୍କ କଥାରେ ରାଜି ହୋଇ ସିନେମା ରିଲିଜ ତାରିଖ ଘୁଞ୍ଚାଇ ଦେଇଥିବାରୁ ଧନ୍ୟବାଦ ବି ଜଣାଇଥିଲେ।

ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଅକ୍ଷୟ ଅନ୍ୟମାନଙ୍କ ସିନେମା ପାଇଁ ନିଜ ସିନେମାର ରିଲିଜ ତାରିଖକୁ ଘୁଞ୍ଚାଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe