ଅକ୍ଷୟ କୁମାର ମୁମ୍ବାଇ ପୁଲିସ୍‌କୁ ଦେଲେ ‘ଫିଟ୍‌ନେସ ହେଲ୍‌ ଟ୍ରାକିଂ ଡିଭାଇସ୍‌’

Advertisment
ଅକ୍ଷୟ କୁମାର ମୁମ୍ବାଇ ପୁଲିସ୍‌କୁ ଦେଲେ ‘ଫିଟ୍‌ନେସ ହେଲ୍‌ ଟ୍ରାକିଂ ଡିଭାଇସ୍‌’

The News Pots

ଅକ୍ଷୟ କୁମାର ମୁମ୍ବାଇ ପୁଲିସ୍‌କୁ ଦେଲେ ‘ଫିଟ୍‌ନେସ ହେଲ୍‌ ଟ୍ରାକିଂ ଡିଭାଇସ୍‌’କରୋନା ମହାମାରୀ ପରିପ୍ରେକ୍ଷୀରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ସରକାରଙ୍କ ସମେତ କରୋନା ଯୋଦ୍ଧାଙ୍କୁ ବି କିଛି ଦାନ କରିବା ସହ ସେମାନଙ୍କ ମନୋବଳ ବୃଦ୍ଧି କରି ଆସୁଛନ୍ତି। ଅକ୍ଷୟ କୁମାର ଏହି ଅବସରରେ ମୁମ୍ବାଇ ପୁଲିସ୍‌କୁ କୋଭିଡ୍‌-୧୯ ଲକ୍ଷଣ ଶୀଘ୍ର ଜାଣିପାରିବା ଭଳି କ୍ଷମତାସମ୍ପନ୍ନ ୧୨୦୦ ରିଷ୍ଟ୍‌ ବ୍ୟାଣ୍ଡ୍‌ସ ଉପହାର ଦେଇଛନ୍ତି। ଆଦିତ୍ୟ ଠାକ୍‌ରେ ଟ୍ବିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଏକ ଫଟୋ ସେୟାର କରିଥିବା ବ‌େଳେ ସେଥିରେ ଅକ୍ଷୟ କୁମାର ରିଷ୍ଟ୍‌ ବ୍ୟାଣ୍ଡ୍‌ ଉପହାର ଦେଉଥିବା ନଜର ଆସିଛନ୍ତି। ଠାକ୍‌ରେ ଫଟୋରେ କ୍ୟାପ୍ସନ ଲେଖିଛନ୍ତି, ଅକ୍ଷୟ କୁମାର ମୁମ୍ବାଇ ପୁଲିସ୍‌କୁ ଫିଟ୍‌ନେସ ହେଲ୍‌ଥ ଟ୍ରାକିଂ ଡିଭାଇସ୍‌ ପ୍ରଦାନ କରୁଛନ୍ତି। ଏହା ଅକ୍ସିଜେନ୍‌ ରିଡିଂ, ଶରୀରର ତାପମାତ୍ରା, ହାର୍ଟରେଟ୍‌ ବାବଦରେ ସୂଚନା ଦେବା ସହ କରୋନା ସହ ଲଢ଼େଇ ବେ‌ଳେ ସହଯୋଗ କରିବେ। ଅକ୍ଷୟ ସାରା ଅଲ୍ଲୀ ଖାନ୍‌ ଓ ଧନୁଷଙ୍କ ସହ ତାଙ୍କର ଆସନ୍ତା ଫିଲ୍ମ ‘ଅତରଙ୍ଗୀରେ’ର ସୁଟିଂ ଅକ୍ଟୋବର ମାସରୁ ଆରମ୍ଭ କରିବେ। ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆନନ୍ଦ ରାୟ ଏହି ଚଳଚ୍ଚିତ୍ର ସମ୍ବନ୍ଧରେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe