୧୮ ଦିନରେ ୯ ଶହ କିଲୋମିଟର ପାଦରେ ଚାଲି ଚାଲି ଅକ୍ଷୟଙ୍କୁ ଏହି କାରଣରୁ ଭେଟିଲେ ତାଙ୍କ ପ୍ରଶଂସକ

Advertisment
୧୮ ଦିନରେ ୯ ଶହ କିଲୋମିଟର ପାଦରେ ଚାଲି ଚାଲି ଅକ୍ଷୟଙ୍କୁ ଏହି କାରଣରୁ ଭେଟିଲେ ତାଙ୍କ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ ତାରକାଙ୍କ ପାଇଁ ତାଙ୍କ ପ୍ରଶଂସକ ଏମିତି କିଛି କରି ବସିଥାଆନ୍ତି, ଯାହାକି ଚର୍ଚ୍ଚାର ବିଷୟ ପାଲଟି ଥାଏ। ଏହି କ୍ରମରେ ଖିଲାଡ଼ି ଅକ୍ଷୟ କୁମାରଙ୍କୁ ଭେଟିବା ପାଇଁ ଜଣେ ଯୁବକ ୧୮ ଦିନରେ ୯ ଶହ କିଲୋମିଟର ପାଦରେ ଚାଲି ଚାଲି ମୁମ୍ବାଇ ପହଞ୍ଚିଥିବାର ଘଟଣା ସାମ୍ନାକୁ ଆସିଛି।

ଖିଲାଡ଼ି ଅକ୍ଷୟ କୁମାର ନିକଟରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିରେ ସେ ତାଙ୍କର ଏହି ପ୍ରଶଂସକଙ୍କ ସହିତ ସେଲଫି ନେଇ ତାଙ୍କ ବିଷୟରେ କହିଛନ୍ତି। ଭିଡିଓରେ ଅକ୍ଷୟ ନିଜର ଏହି ପ୍ରଶଂସକଙ୍କ ସହିତ କଥା ହେଉଥିବା ବି ଶୁଣିବାକୁ ମିଳୁଛି। ଅକ୍ଷୟ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ମୋର ଏହି ପ୍ରଶଂସକ ଜଣକ ହେଉଛନ୍ତି ପର୍ବତ। ଯିଏକି ଗୁଜରାଟର ଦ୍ୱାରକାରୁ ପାଦରେ ଚାଲି ଚାଲି ଆଜି ଆସି ମୋତେ ଭେଟିଛନ୍ତି।

publive-image

ପର୍ବତ ବି ଅକ୍ଷୟଙ୍କୁ ଭେଟି ଖୁବ୍‌ ଖୁସି ଥିବା ଜଣାପଡ଼ିଛି। ଲୋକମାନଙ୍କୁ ଫିଟ୍‌ ଇଣ୍ଡିଆର ବାର୍ତ୍ତା ମିଳିବା ପାଇଁ ପର୍ବତ ଏତେ ବାଟ ପାଦରେ ଚାଲି ଚାଲି ଅତିକ୍ରମ କରି ଅକ୍ଷୟଙ୍କୁ ଭେଟିବାକୁ ଆସିଥିବା କଥା କହିଛନ୍ତି। ଏହି ଭିଡିଓକୁ ଦେଖିବା ପରେ ଅନେକ ଲୋକ ପର୍ବତଙ୍କ ସାହସ ଓ ଅକ୍ଷୟଙ୍କ ପ୍ରତି ଥିବା ତାଙ୍କର ଏଭଳି ଭଲ ପାଇବାକୁ ପ୍ରଶଂସା କରିଛନ୍ତି।

ତେବେ ପର୍ବତଙ୍କୁ ଅକ୍ଷୟ ଏପରି ପୁନର୍ବାର ନକରିବା ପାଇଁ କହିଛନ୍ତି। କାରଣ ହାଇେଓ୍ଵରେ ଅନେକ ଭାରିଯାନ ପ୍ରତିଦିନ ଯିବା ଆସିବା କରିଥାଏ। ଫଳରେ କିଛି ବି ଅଘଟଣ ଘଟିବାର ଅନେକ ଆଶଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe