ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଅକ୍ଷୟ କୁମାର, କହିଲେ ‘ରାମସେତୁ’ କଥା

Advertisment
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଲେ ଅକ୍ଷୟ କୁମାର, କହିଲେ ‘ରାମସେତୁ’ କଥା

NDTV.com

ଅକ୍ଷୟ କୁମାର ମଙ୍ଗଳବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଅକ୍ଷୟ କୁମାର ଯୋଗୀ ଆଦିତ୍ୟନାଥଙ୍କ ସହ କଥାବାର୍ତା କରୁଥିବା ନଜର ଆସିଛନ୍ତି। ଭେଟ ହେବା ଅବସରରେ ଅକ୍ଷୟ ନିଜର ଆଗାମୀ ଫିଲ୍ମ ‘ରାମ ସେତୁ’ ବାବଦରେ ଆଲୋଚନା କରିଛନ୍ତି।

ସେ ଦୀପାବଳିରେ ନିଜର ଫିଲ୍ମ ‘ରାମ ସେତୁ’ ସମ୍ପର୍କରେ ଘୋଷଣା କରିଥିଲେ। ଏହାର ନିର୍ଦେଶନା ଦେଉଛନ୍ତି ଅଭିଷେକ ଶର୍ମା। ନିକଟରେ ଫିଲ୍ମ ପ୍ରଯୋଜକ ରାହୁଲ ମିତ୍ରା ସୂଚନା ଦେଇଥିଲେ ଯେ ଯୋଗୀ ଆଦିତ୍ୟନାଥ ରାଜ୍ୟର ପ୍ରସ୍ତାବିତ ଫିଲ୍ମ ସିଟିର ଭବିଷ୍ୟତ ବାବଦରେ ଫିଲ୍ମ ଦୁନିଆର ଦିଗ୍‌ଗଜମାନଙ୍କ ସହ ଆଲୋଚନା କରିବେ। ଏହି ଆଲୋଚନାକୁ ସୁଭାଷ ଘାଇ, ବୋନି କପୁର, ରାଜକୁମାର ସନ୍ତୋଷୀ, ସୁଧୀର ମିଶ୍ରା, ରମେଶ ସିପ୍ପି, ତିଗ୍‌ମାନ୍‌ସୁ ଧୂଲିଆ, ସିଦ୍ଧାର୍ଥ ରୟ କପୁରଙ୍କୁ ଆମନ୍ତ୍ରିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe