ଅକ୍ଷୟଙ୍କ ଆଗାମୀ ଚଳଚ୍ଚିତ୍ର ‘ରକ୍ଷା ବନ୍ଧନ’

Advertisment
ଅକ୍ଷୟଙ୍କ ଆଗାମୀ ଚଳଚ୍ଚିତ୍ର ‘ରକ୍ଷା ବନ୍ଧନ’

News18.com

ପବିତ୍ର ରାଖୀ ଅବସରରେ ଖିଲାଡ଼ି ଅକ୍ଷୟ କୁମାର ତାଙ୍କ ଆଗାମୀ ଚଳଚ୍ଚିତ୍ର ସମ୍ପର୍କରେ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରର ନାମ ‘ରକ୍ଷା ବନ୍ଧନ’ ହୋଇଥିବା ବେଳେ ଏହା ଭାଇ ଭଉଣୀଙ୍କୁ ନେଇ ଏକ ପାରିବାରିକ ଚଳଚ୍ଚିତ୍ର ହୋଇଥିବ ବୋଲି ଅନୁମାନ କରାଯାଉଛି। ଅକ୍ଷୟ ଆଜି ଟ୍ବିଟରରେ ଚଳଚ୍ଚିତ୍ରର ଏକ ଫଟୋ ସେୟାର କରିଥିବା ବେଳେ ଏଥିରେ ସେ ତାଙ୍କର ଭଉଣୀମାନଙ୍କୁ ଆଲିଙ୍ଗନ କରିଥିବା ଫଟୋରେ ଦେଖିବାକୁ ମିଳିଛି। ସେ ଏହି ଚଳଚ୍ଚିତ୍ରଟିକୁ ନିଜ ଭଉଣୀ ଅଲ୍‌କାଙ୍କୁ ସମର୍ପିତ କରିବା ସହ ଟ୍ବିଟରରେ ଲେଖିଛନ୍ତି, ଏହା ଏମିତି ଏକ ଚଳଚ୍ଚିତ୍ର ଯାହାକି ତୁମ ହୃଦୟଙ୍କ ସାଙ୍ଗେସାଙ୍ଗେ ଓ ଗଭୀରତାର ସହ ଛୁଇଁଯିବ। ଏହି ଚଳଚ୍ଚିତ୍ରରେ ସାରା ଅଲ୍ଲୀ ଖାନ୍‌ଙ୍କ ସହ ଦକ୍ଷିଣୀ ସୁପରଷ୍ଟାର ଧନୁଶ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ହିମାଂଶୁ ଶର୍ମା ଚଳଚ୍ଚିତ୍ରର କାହାଣୀ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe