ରାଜନୀତିରେ ଯୋଗ ଦେବେ‌ କି? ଏହି ପ୍ରଶ୍ନ ଶୁଣିବା ମାତ୍ରେ ଏଭଳି ପ୍ରତିକ୍ରିୟା ଦେଲେ ବଲିଉଡ ଅଭିନେତା ଅକ୍ଷୟ କୁମାର

Advertisment
ରାଜନୀତିରେ ଯୋଗ ଦେବେ‌ କି? ଏହି ପ୍ରଶ୍ନ ଶୁଣିବା ମାତ୍ରେ ଏଭଳି ପ୍ରତିକ୍ରିୟା ଦେଲେ ବଲିଉଡ ଅଭିନେତା ଅକ୍ଷୟ କୁମାର

aajtak

ମୁମ୍ବାଇ: ବଲିଉଡର ଆକ୍ସନ୍ କିଙ୍ଗ ଅକ୍ଷୟ କୁମାର ସବୁବେଳେ ତାଙ୍କ ଚଳଚ୍ଚିତ୍ର ଏବଂ ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସବୁବେଳେ ଫିଟ ରହିବା ପାଇଁ ପସନ୍ଦ କରୁଥିବା ଅକ୍ଷୟ କୁମାର ପ୍ରଶଂସକମାନଙ୍କ ମନୋରଞ୍ଜନ କରିବା ସହ ସେମାନଙ୍କୁ ଫିଟ ରହିବା ପାଇଁ ଅନୁପ୍ରାଣିତ କରିଥାନ୍ତି। ତେବେ ନିଜ ଫିଲ୍ମ ଜରିଆରେ ଅନେକଙ୍କୁ ଅନେକ ଶିକ୍ଷା ଦେଉଥିବା ଅକ୍ଷୟ, ରାଜନୀତିରେ ଯୋଗଦେବେ କି ନାହିଁ ବୋଲି ପ୍ରଶ୍ନ କରାଯିବା ପରେ ସେ ଖୁବ ସୁନ୍ଦର ଭାବରେ ଏହାର ଉତ୍ତର ରଖିଥିଲେ।

ସୂଚନା ମୁତାବକ, ନିକଟରେ ଲଣ୍ଡନର ପଲ୍ ମଲସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସଠାରେ ଆୟୋଜିତ "ହିନ୍ଦୁଜା ଏବଂ ବଲିଉଡ" ର ପୁସ୍ତକ ଉନ୍ମୋଚନରେ ଅକ୍ଷୟଙ୍କୁ ରାଜନୀତିରେ ଯୋଗ ଦେବା ନେଇ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ ଯେ, ସମାଜ ସେବା ବା ଲୋକଙ୍କ ସେବା କରିବା ପାଇଁ ମୋତେ ରାଜନୀତିରେ ଯୋଗ ଦେବାର ଆବଶ୍ୟକତା ନାହିଁ। ମୁଁ ଫିଲ୍ମ ଜରିଆରେ ଲୋକଙ୍କ ସେବା କରିପାରିବି। ତାଙ୍କର ଏଭଳି ଉତ୍ତର ଶୁଣି ଉପସ୍ଥିତି ଲୋକେ ତାଳି ମାରିବା ସହ ତାଙ୍କର ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe