ବେୟର୍‌ ଗ୍ରିଲ୍‌ସଙ୍କ ସହ ଇନ୍‌ଷ୍ଟା ଚାଟ୍‌ ସମୟ‌ରେ ନିତିଦିନ ଗୋମୁୁତ୍ର ପିଅନ୍ତି ବୋଲି କହିଲେ ଖିଲାଡି ବୟ ଅକ୍ଷୟ କୁମାର

Advertisment
ବେୟର୍‌ ଗ୍ରିଲ୍‌ସଙ୍କ ସହ ଇନ୍‌ଷ୍ଟା ଚାଟ୍‌ ସମୟ‌ରେ ନିତିଦିନ ଗୋମୁୁତ୍ର ପିଅନ୍ତି ବୋଲି କହିଲେ ଖିଲାଡି ବୟ ଅକ୍ଷୟ କୁମାର

www.indiatoday.in

ମୁମ୍ବାଇ: ଖିଲାଡି ବୟ ଅକ୍ଷୟ କୁମାର ନିଜ ସଂପର୍କରେ ଏକ ଅଜଣା କଥାର ଖୁଲାସା କରିଛନ୍ତି। ଅକ୍ଷୟ ବେୟର୍‌ ଗ୍ରିଲ୍‌ସ୍ ଏବଂ ହୁମା କ୍ୟୁରେସିଙ୍କ ସହ ଇନଷ୍ଟାଗ୍ରାମ ଲାଇଭ ଚାଟ୍‌ ବେଳେ କହିଛନ୍ତି କି ପ୍ରତିଦିନ ସେ ଗୋମୁଦ୍ର ପାନ କରନ୍ତି। ସେ କହିଛନ୍ତି କି ଆୟୁର୍ବେଦ କାରଣରୁ ତାଙ୍କୁ ଗୋମୁତ୍ର ପିଇବାରେ କୌଣସି ଅସୁବିଧା ହେଉ ନାହିଁ। ଅନେକ ବର୍ଷରୁ ‌ସେ ପ୍ରତିଦିନ ଗୋମୁତ୍ର ପିଇ ଆସୁଛନ୍ତି। ଏହା ହୁଏତ ସମସ୍ତଙ୍କୁ ଚକିତ କରିପାରେ, କାରଣ ପୂର୍ବରୁ ଅକ୍ଷୟ ତ‌ାଙ୍କର ଏହି ଅଭ୍ୟାସ ବିଷୟରେ କେବେ କେଉଁଠି ଖୁଲାସା କରିନଥିଲେ। ଆପଣ ଜାଣିଥିବେ ନିଶ୍ଚୟ ଯେ ଅକ୍ଷୟ ସେହି ସମସ୍ତ ସେଲିବ୍ରେଟିମାନଙ୍କ ମଧ୍ୟରୁ ଜଣେ, ଯିଏ ବଡ଼ି ଭୋରୁ ଉଠି ବ୍ୟାୟାମ କରିଥାନ୍ତି।

ଆପଣଙ୍କୁ ଜଣାଇ ଦେଉଛୁ ଯେ ଆଗକୁ ଅକ୍ଷୟଙ୍କୁ ବେୟର୍‌ ଗ୍ରିଲ୍‌ସଙ୍କ ସହ ଡେୟାରଡେଭିଲ ଷ୍ଟଣ୍ଟ କରୁଥିବା ଦେଖିବାକୁ ମିଳିବ। ଏହି ଷ୍ଟଣ୍ଟ୍‌ରେ ଅକ୍ଷୟଙ୍କୁ ଗଛ ଚଢ଼ିବାରୁ ଆରମ୍ଭ କରି ଦଉଡ଼ାରେ ତିଆରି ସିଡ଼ି ଚଢ଼ିବା ବ୍ୟତୀତ ଆହୁରି ଅନେକଗୁଡ଼ିଏ କାର୍ଯ୍ୟ କରିବାର ଦେଖିବାକୁ ମିଳିବେ।

View this post on Instagram

@beargrylls @iamhumaq @discoveryplusindia @discoverychannelin

A post shared by Akshay Kumar (@akshaykumar) on

ଉଲ୍ଲେଖଯୋଗ୍ୟ, ନିକଟରେ ସେପ୍ଟେମ୍ବର ୧୧ ତାରିଖରେ ‘ଡିସ୍‌କଭରି ପ୍ଲସ୍‌ ଆପ୍‌’ରେ ଏବଂ ସେପ୍ଟେମ୍ବର ୧୪ରେ ଡିସ୍‌କଭରି ଚାନେଲ୍‌ରେ ପ୍ରଦର୍ଶୀତ ହେବାକୁ ଥିବା ‘ଇଣ୍ଟୁ ଦି ୱାଇଲ୍‌ଡ୍ ୱିଥ୍‌ ବେୟର୍‌ ଗ୍ରିଲ୍‌ସ୍’ର ଆଗାମୀ ଅଧ୍ୟାୟର ଟ୍ରେଲର୍‌ ସେୟାର୍‌ କରିଥିଲେ ଅକ୍ଷୟ କୁମାର। ସେ କହିଥଲେ କି ବେୟର୍‌ ଗ୍ରିଲ୍‌ସ୍ ତାଙ୍କୁ  ‘ହାତୀ ମଳ ଚା’ ପିିଇବାକୁ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe