ବକ୍ସ ଅଫିସ୍‌ରେ ମାଡ଼ ଖାଇଲା ‘ସମ୍ରାଟ ପୃଥ୍ବୀରାଜ’; ନିରାଶ ହେଲେ ଅକ୍ଷୟଙ୍କ ପ୍ରଶଂସକ

Advertisment
ବକ୍ସ ଅଫିସ୍‌ରେ ମାଡ଼ ଖାଇଲା ‘ସମ୍ରାଟ ପୃଥ୍ବୀରାଜ’; ନିରାଶ ହେଲେ ଅକ୍ଷୟଙ୍କ ପ୍ରଶଂସକ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ସମ୍ରାଟ ପୃଥ୍ବୀରାଜ’ ୬ ଦିନ ହେବ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଚାଲିଛି। ରୋଜଗାର କ୍ଷେତ୍ରରେ ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ କସର୍‌ତ କରୁଛି। ଚଳଚ୍ଚିତ୍ରଟି ସେତେ ଭଲ ରୋଜଗାର କରିପାରୁନି। ଷଷ୍ଠ ଦିନରେ ଏହି ଫିଲ୍ମଟିର ରୋଜଗାରରେ ପୁଣି ହ୍ରାସ ଘଟିଛି। ଅକ୍ଷୟ କୁମାରରଙ୍କ ଚଳଚ୍ଚିତ୍ରଟି ଏପରି ଭାବେ ମାଡ଼ ଖାଇବା କଥା ସଭିଙ୍କୁ ନିରାଶ କରିଛି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ଚଳଚ୍ଚିତ୍ରଟି ଷଷ୍ଠ ଦିନ(ଜୁନ୍‌ ୮) ତାରିଖରେ ୩.୮୦ କୋଟି ରୋଜଗାର କରିଛି। ଚଳଚ୍ଚିତ୍ରଟି ୬ ଦିନ ସୁଦ୍ଧା ସମୁଦାୟ ୫୨.୪୫ କୋଟି ରୋଜଗାର କରିଛି। ଚଳଚ୍ଚିତ୍ରଟି ଆର୍ଥିକ କ୍ଷେତ୍ରରେ ଦୁର୍ବଳ  ଥିବାରୁ ଲୋକେ ନିରାଶ ହୋଇଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଧିକାଂଶ ସୋ’ରେ ସିଟ୍‌ ଖାଲି ପଡୁଛି।

ରିଲିଜ୍‌ର ପ୍ରଥମ ଦିନରେ ଅକ୍ଷୟଙ୍କ ଚଳଚ୍ଚିତ୍ରଟି ୧୦.୭୦ କୋଟି ରୋଜଗାର କରିଥିବା ବେଳେ ଦ୍ବିତୀୟ ଦିନରେ ୧୨.୭୫ ରୋଜଗାର କରିଥିଲା। ସେହିବଳି ତୃତୀୟ ଦିନରେ ୧୬ କୋଟିର ବେପାର ହୋଇଥିବା ବେଳେ ପ୍ରଥମ ସପ୍ତାହନ୍ତ ପରେ ଫିଲ୍ମର ଚମକ ଫିକା ପଡ଼ିବାରେ ଲାଗିଛି। ଫିଲ୍ମଟି ୪ର୍ଥ ଦିନରେ ୪-୫ କୋଟି ରୋଜଗାର କରିଥିବା ବେଳେ ପଞ୍ଚମ ଦିନରେ ୪.୪୦ କୋଟି ରୋଜଗାର କରିଛି। ‘ସମ୍ରାଟ ପୃଥ୍ବୀରାଜ’ରୁ ବଲିଉଡରେ ଡେବ୍ୟୁ କରୁଥିବା ମାନୁଷୀ ଅଭିନୟ ଜରିଆରେ ଦର୍ଶକଙ୍କ ମନ କିଣିପାରିନଥିଲେ ବି ତାଙ୍କ ନୃତ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe