www.jagran.com
ମୁମ୍ବାଇ: ବଲିଉଡ୍ ଖିଲାଡି ଅକ୍ଷୟ କୁମାର ନିଜର ଆଗାମୀ ସିନେମା ପାଇଁ ଚର୍ଚ୍ଚାରେ ରହିଛନ୍ତି। ୨୦୧୯ରେ ଅକ୍ଷୟଙ୍କ ନାମ ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା କଳାକାର ତାଲିକାରେ ଥିଲା। ଏବେ ସେ ଲଗାତାର ହିଟ୍ ସିନେମା ଦେଉଥିବା ବେଳେ ବକ୍ସ ଅଫିସରେ ବି ଅକ୍ଷୟଙ୍କ ଅଭିନୀତ ସିନେମା ଭଲ ବ୍ୟବସାୟ କରୁଛି। ତେବେ ଶୁଣିବାକୁ ମିଳିଛି ଅକ୍ଷୟ ତାଙ୍କ ଆଗାମୀ ସିନେମା ପାଇଁ ନିଜର ପାରିଶ୍ରମିକକୁ ବୃଦ୍ଧି କରିଛନ୍ତି। ଚଳିତ ବର୍ଷ ମଧ୍ୟ ଭାଗରେ ଅକ୍ଷୟଙ୍କ ଏହି ସିନେମା ରିଲିଜ୍ ହୋଇପାରେ ବୋଲି ଅନୁମାନ କରାଯାଉଛି।
ବଲିଉଡ୍ ହଙ୍ଗାମାର ପ୍ରକାଶିତ ରିପୋର୍ଟ ଅନୁସାରେ, ଆନନ୍ଦ ଏଲ୍ ରୟଙ୍କ ନିର୍ଦ୍ଦେଶିତ ସିନେମା ପାଇଁ ଅକ୍ଷୟ କୁମାରଙ୍କ କୁଆଡେ ୧୨୦ କୋଟି ଟଙ୍କା ପାରିଶ୍ରମିକ ନେଉଛନ୍ତି। ଏଯାବତ ଆନନ୍ଦ ଏଲ୍ ରୟଙ୍କ ନିର୍ଦ୍ଦେଶିତ ସିନେମାର ନାମ ଜଣାପଡ଼ି ନ ଥିବା ବେଳେ ଏଥିରେ ଅକ୍ଷୟଙ୍କ ସହ ସାରା ଅଲି ଖାଁ ଓ ଧନୁଷ ନଜର ଆସିପାରନ୍ତି ବୋଲି ଶୁଣିବାକୁ ମିଳିଛି। ଖୁବଶୀଘ୍ର ଅକ୍ଷୟଙ୍କ ଆଗାମୀ ସିନେମାର ନାମ ଘୋଷଣା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2020/01/21_01_2020-akshay_kumar_19956933.jpg)