ଖବର ଉପସ୍ଥାପକ ହେଲେ ଅକ୍ଷୟ କୁମାର, ଦେଖନ୍ତୁ ବୁଲେଟିନ୍‌ରେ କ’ଣ ପଢ଼ିଲେ

Advertisment
ଖବର ଉପସ୍ଥାପକ ହେଲେ ଅକ୍ଷୟ କୁମାର, ଦେଖନ୍ତୁ ବୁଲେଟିନ୍‌ରେ କ’ଣ ପଢ଼ିଲେ

PeepingMoon.com

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ଏଇ କିଛିଦିନ ହେବ ତାଙ୍କର ଆଗାମୀ ସିନେମା ‘ଗୁଡ ନ୍ୟୁଜ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅକ୍ଷୟ ତାଙ୍କର ଏହି ସିନେମାକୁ ପ୍ରମୋଟ କରିବା ପାଇଁ ଜୋରସୋରରେ ଲାଗି ପଡ଼ିଛନ୍ତି। ସିନେମାଟି କିପରି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ସେ ଖବର ଉପସ୍ଥାପକ ବି  ପାଲଟି ଯାଇଛନ୍ତି ଏବଂ ଖୁବ୍‌ ସୁନ୍ଦର ଭାବେ ଖବର ପଢ଼ୁଛନ୍ତି।

publive-image

ବୁଲେଟିନ୍‌ ଆରମ୍ଭରେ ଅକ୍ଷୟ ଦର୍ଶକଙ୍କୁ ସମ୍ଭୋଧିତ କରି କହିଛନ୍ତି, ଆଜିଠାରୁ କିଛିଦିନ ପର୍ଯ୍ୟନ୍ତ ମୁଁ ପ୍ରତ୍ୟେକ ଦିନ ଆପଣଙ୍କୁ ଗୁଡ ନ୍ୟୁଜ୍ ଦେବାକୁ ଆସିିବି। ଉଲ୍ଲେଖଯୋଗ୍ୟ କଥା ହେଲା ଅକ୍ଷୟ କୁମାର ବୁଲେଟିନ୍‌ ଜରିଆରେ ଦର୍ଶକଙ୍କୁ ଏମିତି ଖବର ଶୁଣାଇବେ, ଯାହା ଶୁଣି ଦର୍ଶକ ଭାରତୀୟ ବୋଲି ଗର୍ବ କରିବେ। ଏଥିସହିତ କିଛି ନୂଆ କରି ଦେଖାଇବା ପାଇଁ ପ୍ରେରିତ ହୋଇପାରିବେ। ଅକ୍ଷୟ ତାଙ୍କ ବୁଲେଟିନରେ  ମୁମ୍ବାଇରେ ରହୁଥିବା ପ୍ରଥମେଶ ହିରାଓ୍ଵଙ୍କ ପ୍ରେରଣାଦାୟକ କାରଣ ଶୁଣାଇଛନ୍ତି। କିଭଳି ପ୍ରଥମେଶ କଠିନ ପରିସ୍ଥିତିରେ ବି ହାର ନମାନି ନିଜ ଉପରେ ଆତ୍ମବିଶ୍ୱାସ ରଖି ସଫଳତାର ସ୍ୱାଦ ଚାଖି ପାରିଥିଲେ ତାହା ବଖାଣିଛନ୍ତି।

ଆଇଭିଏଫ୍‌ ଉପରେ ଆଧାରିତ ଅକ୍ଷୟ କୁମାରଙ୍କ ସିନେମା ‘ଗୁଡ ନ୍ୟୁଜ’କୁ ରାଜ ମେହଟ୍ଟା ନିର୍ଦ୍ଦେଶନା ଦେଇଛନ୍ତି। ସିନେମାର ଟ୍ରେଲର ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି। ସିନେମାଟି ଡିସେମ୍ବର ୨୭ରେ ରିଲିଜ ହେବ। ସିନେମାରେ ଅକ୍ଷୟ କୁମାରଙ୍କ ବ୍ୟତୀତ କରିନା କପୁର, କିୟାରା ଓ ଦିଲଜିତ ଦୋସାନଝା ମୁଖ୍ୟ ଭୂମିକାରେ ନିଜର ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe