Advertisment

ଉତ୍ତରକାଶୀ ଟନେଲ ଦୁର୍ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବେ ଅକ୍ଷୟ କୁମାର !

Advertisment
ଉତ୍ତରକାଶୀ ଟନେଲ ଦୁର୍ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବେ ଅକ୍ଷୟ କୁମାର !

ମୁମ୍ବାଇ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଦୁର୍ଘଟଣାରେ ଫସି ରହିଥିବା ଶ୍ରମିକଙ୍କୁ ବାହାରକୁ ଅଣାଯାଇଛି। ୧୭ଦିନ ଧରି ଚାଲିଥିବା ଖନନ କାର୍ଯ୍ୟ ଆଜି ଶେଷ ହେବା ପରେ ଏବେ ଶ୍ରମିକମାନଙ୍କୁ ବାହାରକୁ ବାହାର କରାଯାଇଛି। ଗତ ୧୭ଦିନ ଧରି ଟନେଲ ଭିତରେ ସେମାନେ ଫସି ରହିଥିଲେ।

ଉଦ୍ଧାର କାମ ଚାଲିଥିବା ବେଳେ ଏହି ଘଟଣାକୁ ନେଇ ଏକ ଫିଲ୍ମ ନିର୍ମାଣ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଲାଣି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ପୋଷ୍ଟରେ ଏଭଳି ଦାବି କରାଯାଇଛି। ସୋସିଆଲ ମିଡିଆ ପୋଷ୍ଟ ଅନୁଯାୟୀ ଅକ୍ଷୟ କୁମାର ଉତ୍ତରକାଶୀ ଟନେଲ ଦୁର୍ଘଟଣା ଓ ଉଦ୍ଧାର କାର୍ଯ୍ୟକୁ ନେଇ ଏକ ଫିଲ୍ମ ନିର୍ମାଣ କରିବେ। ଏହି ଚଳଚ୍ଚିତ୍ରରେ ସେ ଟନେଲ୍ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସଙ୍କ ଭୂମିକାରେ ଅଭିନୟ କରିବେ। ତେବେ ଅକ୍ଷୟ କୁମାର ଏଭଳି ଚର୍ଚ୍ଚା ଉପରେ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୨ରେ ଶ୍ରମିକମାନେ ସବୁଦିନ ଭଳି ଟନେଲ ଭିତରକୁ କାମ କରିବା ପାଇଁ ଯାଇଥିଲେ। ସକାଳ୫ଟା ୩୦ରେ ହଠାତ୍ ଭୂସ୍ଖଳନ ଆରମ୍ଭ ହେବାରୁ ଅନେକ ଶ୍ରମିକ ବାହାରକୁ ଚାଲିଆସିଥିଲେ। ହେଲେ ହଠାତ୍ ନିର୍ମାଣାଧୀନ ଟନେଲର ୬୦ମିଟର ଅଂଶ ଧସିବାରୁ ୪୧ଜଣ ଶ୍ରମିକ ଟନେଲ ଭିତରେ ଫସି ଯାଇଥିଲେ। ଏହାପରଠାରୁ ଉତ୍ତରାଖଣ୍ଡ ସରକାର, କେନ୍ଦ୍ର ସରକାର ଓ ଉଦ୍ଧାରକାରୀ ଟିମ୍ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଜାରି ରଖି ୧୭ଦିନ ପରେ ୪୧ଜଣ ଶ୍ରମିକଙ୍କୁ ସୁଡ଼ଙ୍ଗ ବାହାରକୁ ଆଣିବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe