ଅକ୍ଷୟଙ୍କୁ ହିଞ୍ଜଡ଼ା  ଭାବୁଥିଲେ ତାଙ୍କ ଶାଶୁ ଡିମ୍ପଲ୍‌ ! ବିବାହ ପୂର୍ବରୁ କରାଇଥିଲେ ଜେନେଟିକ୍‌ ଟେଷ୍ଟ୍‍!

Advertisment
ଅକ୍ଷୟଙ୍କୁ ହିଞ୍ଜଡ଼ା  ଭାବୁଥିଲେ ତାଙ୍କ ଶାଶୁ ଡିମ୍ପଲ୍‌ ! ବିବାହ ପୂର୍ବରୁ କରାଇଥିଲେ ଜେନେଟିକ୍‌ ଟେଷ୍ଟ୍‍!

ମୁମ୍ବାଇ: ବଲିଉଡର ଖିଲାଡି ବଏ  ଅଭିନେତା ଅକ୍ଷୟ କୁମାରଙ୍କ ସମସ୍ତ  ବ୍ୟକ୍ତିଗତ କଥା  ଦର୍ଶକ ଜାଣିବାକୁ ଚାହୁଁଥିବା ବେଳେ ତାଙ୍କ ଅଭିନୀତ  ଆଗାମୀ ଫିଲ୍ମ ‘ପ୍ୟାଡ୍‍ମ୍ୟାନ୍‌’ ରିଲିଜ୍‌ ହେବାକୁ ଯାଉଛି। ଏହା ପୂର୍ବରୁ  ମଧ୍ୟ  ଅକ୍ଷୟଙ୍କ ଅଭିନୀତ ଫିଲ୍ମ ‘ଟଏଲେଟ୍‌: ଏକ  ପ୍ରେମ୍‌କଥା’ଆସିଥିଲା, ଯାହାକି ବେଶ୍‌ ସଫଳତା ଲାଭ କରିଥିଲା।

publive-image

ହେଲେ ଯଦି ଆମେ ଅଭିନେତା ଅକ୍ଷୟ କୁମାରଙ୍କର ବ୍ୟକ୍ତିଗତ ଜୀବନ  ବିଷୟରେ ଜାଣିବାକୁ ଚାହିଁବା, ତେବେ ତାଙ୍କ ବିବାହ ସମୟର ଏକ କୌତୁହଳପୂର୍ଣ୍ଣ  ଘଟଣା ଚର୍ଚ୍ଚା କରିବା। ଅକ୍ଷୟଙ୍କ ବିବାହ ୨୦୦୧ ମସିହା୧୭ ଜାନୁଆରିରେ  ହୋଇଥିଲା। ଶୁଣିବାକୁ ମିଳେ  ବିବାହ ପୂର୍ବରୁ ଅକ୍ଷୟଙ୍କ  ଶାଶୁ  ଅଭିନେତ୍ରୀ ଡିମ୍ପଲ କପାଡ଼ିଆଙ୍କୁ  କେହି  ଜଣେ କହିଥିଲେ କି ସେ ଜଣେ ହିଞ୍ଜଡ଼ା । ଏ କଥାକୁ ପୂରା ବିଶ୍ୱାସ କରିଗଲେ ଡିମ୍ପଲ୍‌ ।

publive-image

ଫଳରେ ଡିମ୍ପଲ୍‌ ଅଡ଼ିବସିଲେ  ବିବାହ ପୂର୍ବରୁ ଅକ୍ଷୟଙ୍କୁ  ଜେନେଟିକ୍‌ ଟେଷ୍ଟ୍‍ ଦେବାକୁ ହେବ। ଶେଷରେ ଅକ୍ଷୟଙ୍କୁ ଏହା କରିବାକୁ ପଡ଼ିଥିଲା।  କରଣ ଜୋହରଙ୍କ ଟକ୍‌ ସୋ’ ‘କଫି ଓ୍ଵିଥ୍‌ କରଣ୍‌’ରେ ଅତିଥି ହୋଇ ଯୋଗଦେବା  ସମୟରେ  ବଲିଉଡ୍‍ର କ୍ୟୁଟ୍‌ କପୁଲ୍‌  ଅକ୍ଷୟ ଓ ଟ୍ଵିଙ୍କିଲ୍‌ ଏହି କୌତୁହଳପ୍ରଦ କଥା  ଦର୍ଶକଙ୍କ ସହ ସେୟାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe