ସେପ୍ଟେମ୍ବର ୧୬ରେ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ ହେବ ଅକ୍ଷୟ କୁମାରଙ୍କ ‘ବେଲ୍‌ ବଟମ୍‌’

ସେପ୍ଟେମ୍ବର ୧୬ରେ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ରିଲିଜ୍‌ ହେବ ଅକ୍ଷୟ କୁମାରଙ୍କ ‘ବେଲ୍‌ ବଟମ୍‌’

Image Courtesy of India Today

ମୁମ୍ବାଇ: ସେପ୍ଟେମ୍ବର ୧୬ରେ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ‘ବେଲ୍‌ ବଟମ୍‌’ ରିଲିଜ୍‌ ହେବ ବୋଲି ସ୍ବୟଂ ଅକ୍ଷୟ କୁମାର ସାମାଜିକ ଗଣମାଧ୍ୟମରେ ଏହି ସମ୍ବାଦ ପରିବେଶଣ କରିଛନ୍ତି। ପୂର୍ବରୁ ଅଗଷ୍ଟ ୧୯ରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟମାନଙ୍କରେ ରିଲିଜ୍‌ ହୋଇଥିଲା। ଅକ୍ଷୟ କୁମାର ଲେଖିଛନ୍ତି, ଆପଣମାନେ ତାରିଖ ମନେରଖିବେ, ମୁଁ ମିସନ୍‌ କଥା ମନେପକାଇ ଦେବି। ପ୍ରାଇମ୍‌ରେ ‘ବେଲ୍‌ ବଟମ୍‌’ ସେପ୍ଟେମ୍ବର ୧୬ରେ ରିଲିଜ୍‌ ହେଉଛି।

ରଣଜିତ ଏମ୍‌ ତେୱାରି ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଲାରା ଦତ୍ତ, ବାଣୀ କପୁର ଏବଂ ହୁମା କ୍ୟୁରେଶି ଆଦି ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଶ୍ବର ବିଭିନ୍ନ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ‘ବେଲ୍‌ ବଟମ୍’ ଲଦାଖସ୍ଥିତ ବିଶ୍ବର ସର୍ବୋଚ୍ଚ ଭ୍ରାମ୍ୟମାଣ ପ୍ରେକ୍ଷାଳୟରେ ବି ମୁକ୍ତିଲାଭ କରିଥିଲା। ଉକ୍ତ ସ୍ବତନ୍ତ୍ର ପ୍ରଦର୍ଶନ ସଂକ୍ରାନ୍ତ ଅନୁଭୂତି ବଖାଣିବା ସହ ପ୍ରେକ୍ଷାଳୟର ଫଟୋ ପୋଷ୍ଟ୍‌ କରି ଟୁଇଟର୍‌ରେ ସେ ଲେଖିଥିଲେ, ଲଦାଖ ଅନ୍ତର୍ଗତ ଲେହରେ ଥିବା ବିଶ୍ବର ସର୍ବୋଚ୍ଚ ଭ୍ରାମ୍ୟମାଣ ପ୍ରେକ୍ଷାଳୟରେ ‘ବେଲ୍‌ ବଟମ୍‌’ ପ୍ରଦର୍ଶିତ ହେଉଥିବାରୁ ଗର୍ବରେ ମୋ ଛାତି ଫୁଲି ଉଠୁଛି। ସମୁଦ୍ର ପତ୍ତନ ଠାରୁ ୧୧୫୬୨ ଫୁଟ୍‌ ଉଚ୍ଚରେ ଥିବା ଏହି ପ୍ରେକ୍ଷାଳୟ ବିଯୁକ୍ତ ୨୮ ଡିଗ୍ରି ସେଣ୍ଟିଗ୍ରେଡ୍‌ ଉତ୍ତାପରେ ଚାଲିପାରୁଛି। କି ବିଚିତ୍ର କୃତ୍ବିତ୍ବ।

publive-image Image Courtesy of India Today

ସୂଚନାଯୋଗ୍ୟ, ୮୦ ଦଶକ ପାରିପାର୍ଶ୍ବିକ ପରିସ୍ଥିତିରେ ନିର୍ମିତ ‘ବେଲ୍‌ ବଟମ୍‌’ ହେଉଛି ଗୁପ୍ତଚର ସମ୍ବନ୍ଧୀୟ ରୋମାଞ୍ଚକର ଚଳଚ୍ଚିତ୍ର। ସେତେବେଳ ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବିମାନ ଅପହରଣ ଘଟଣା ଉପରେ ଏହି ଚଳଚ୍ଚିତ୍ରଟି ପର୍ଯ୍ୟବେଶିତ ହୋଇଛି। ଏଥିରେ ଅକ୍ଷୟ ‘ର’ ଏଜେଣ୍ଟ୍‌ ଭୂମିକାରେ ଅଭିନୟ କରିଥିବା ବେଳେ ଲାରା ଦତ୍ତ କ୍ଷମତାସୀନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏଥିରେ ଅକ୍ଷୟ କୁମାରଙ୍କ ପତ୍ନୀ ଭୂମିକା ତୁଲାଇଛନ୍ତି ବାଣୀ କପୁର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe