ସୁଟିଂକୁ ଫେରିଲେ ଅକ୍ଷୟ

Advertisment
ସୁଟିଂକୁ ଫେରିଲେ ଅକ୍ଷୟ

ସୋମବାର ଖିଲାଡି ଅକ୍ଷୟ କୁମାର ଓ ଚଳଚ୍ଚିତ୍ର ନିର୍ମାତା ଆର୍‌ ବାଲ୍‌କି ଏକ ବିଜ୍ଞାପନ ସୁଟିଂ କରିଛନ୍ତି। ଲକ୍‌ଡାଉନ୍‌ ପରବର୍ତ୍ତୀ ସମୟରେ କିଭଳି ସଚେତନ ରହିବାକୁ ହେବ ଓ ଏଥିପାଇଁ ପ୍ରତିଟି ନାଗରିକର କ’ଣ କ’ଣ ଦାୟିତ୍ବ ରହିଛି, ସେ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଆରମ୍ଭ ଏକ ଅଭିଯାନ ପାଇଁ ଏହି ବିଜ୍ଞାପନର ସୁଟିଂ ବୋଲି ଆର୍‌ ବାଲ୍‌କି କହିଛନ୍ତି। କମଲିସ୍ଥାନ ଷ୍ଟୁଡିଓରେ ଏହି ବିଜ୍ଞାପନର ସୁଟିଂ ହେଉଥିବା ବେଳେ କରୋନା ପାଇଁ ଆବଶ୍ୟକ ସତର୍କତା ଅବଲମ୍ବନ କରାଯାଉଥିବା ବାଲ୍‌କି କହିଛନ୍ତି।

ସୁଟିଂ ସେଟ୍‌ରେ ସମସ୍ତେ ମାସ୍କ ପିନ୍ଧିବା ସହ କମ୍‌ରୁ କମ୍‌ ଲୋକଙ୍କୁ ନେଇ ସୁଟିଂ କରାଯାଇଛି। ଏହି ବିଜ୍ଞାପନରେ ଲୋକମାନଙ୍କୁ କୁହାଯାଇଛି, ଆମକୁ ଆମ ଜୀବିକାକୁ ଫେରିବାକୁ ପଡ଼ିବ। କିନ୍ତୁ ଦାୟିତ୍ବର ସହ। ନିଜ ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବାକୁ ବିଜ୍ଞାପନରେ ସତର୍କ କରାଯାଇଛି। ଆର୍‌ ବାଲ୍‌କି କହିଛନ୍ତି, ସୁଟିଂ ସେଟ୍‌ରେ ଆମେ ଏକ କଡ଼ା ନିୟମ ପାଳନ କରୁଥିଲୁ। ସାମାଜିକ ଦୂରତା ରକ୍ଷା କରିବା ସହ ସେଟ୍‌କୁ ସାନିଟାଇଜ୍‌ କରିବା, ସ୍କ୍ରିନ୍‌ଗୁଡ଼ିକୁ ବିଶୋଧିତ କରିବା ଆଉ ସମସ୍ତେ ମାସ୍କ ପିନ୍ଧିବା ଆଦି ନିୟମ ମାନୁଥିଲୁ ଓ ପରେ ଏହା ଅଭ୍ୟାସରେ ପରିଣତ ହୋଇଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe