୨୫ କୋଟି ପରେ ଆଉ ୩ କୋଟି ଦେଲେ ଅକ୍ଷୟ କୁମାର

Advertisment
୨୫ କୋଟି ପରେ ଆଉ ୩ କୋଟି ଦେଲେ ଅକ୍ଷୟ କୁମାର

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର କରୋନା ଭୂତାଣୁ ମୁକାବିଲା କରିବାକୁ ଆଉ ଏକ ପଦକ୍ଷେପ ନେଇଛନ୍ତି। ନିକଟରେ ଅକ୍ଷୟ କୁମାର ପିଏମ କେୟାରସ ପାଣ୍ଠିକୁ ୨୫ କୋଟି ଦାନ କରିଥିବାବେଳେ ଏବଂ ପୁଣି ସେ ସାହାଯ୍ୟର ହାତ ବଢ଼ାଇଛନ୍ତି । ୨୫ କୋଟି ପରେ ଅକ୍ଷୟ କୁମାର ପିପିଏ, ମାସ୍କ ଏବଂ ରାପିଡ୍ ଟେଷ୍ଟିଂ କିଟ୍ ପାଇଁ ବିଏମସିକୁ ୩ କୋଟି ଟଙ୍କା ଦାନ କରିଛନ୍ତି।

ଅକ୍ଷୟ କୁମାରଙ୍କ ଏହି ନିଷ୍ପତ୍ତି ପରେ ସୋସିଆଲ ମିଡିଆରେ ତାଙ୍କୁ ଲୋକ ବହୁ ପ୍ରଶଂସା କରୁଛନ୍ତି । ସେହିପରି ଗୁରୁବାର ଦିନ ଅକ୍ଷୟ କୁମାର ଜୀବନ ରକ୍ଷା କରୁଥିବା ଡାକ୍ତର, ସଫେଇକର୍ମୀ ଏବଂ ପୁଲିସ କର୍ମଚାରୀଙ୍କୁ ଅଭିବାଦନ ଜଣାଇଛନ୍ତି। ଅକ୍ଷୟ କୁମାର ସୋସିଆଲ ମିଡିଆରେ ହୃଦୟରୁ ଧନ୍ୟବାଦ ଅଭିଯାନ ଆରମ୍ଭ କରିଛନ୍ତି।


ଏହି ଅଭିଯାନକୁ ପୁଲିସ ମଧ୍ୟ ପ୍ରଶଂସା କରିଛି ଏବଂ ଅନେକ ବଲିଉଡ ତାରକା ଏହି ଅଭିଯାନରେ ଯୋଗ ଦେଇଛନ୍ତି ଏବଂ ଏହି କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଦେଉଛନ୍ତି। ଅକ୍ଷୟ କୁମାର ଏହା ପୂର୍ବରୁ ପିଏମ କେୟାର ଫଣ୍ଡକୁ ୨୫ କୋଟି ଦାନ କରିଥିଲେ। ଅକ୍ଷୟ କୁମାରଙ୍କ ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ପ୍ରଶଂସା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe