କିଛି ଲୋକ ଭାବନ୍ତି ବଡ଼ ବଡ଼ ଫିଲ୍ମ ନିର୍ଦ୍ଦେଶକ-ପ୍ରଯୋଜକଙ୍କ ପାର୍ଟିକୁ ଗଲେ କାମ ମିଳେ, ଏହା ସଂପୂର୍ଣ୍ଣ ଭୁଲ: ଅକ୍ଷୟ ଖାନ୍ନା

କିଛି ଲୋକ ଭାବନ୍ତି ବଡ଼ ବଡ଼ ଫିଲ୍ମ ନିର୍ଦ୍ଦେଶକ-ପ୍ରଯୋଜକଙ୍କ ପାର୍ଟିକୁ ଗଲେ କାମ ମିଳେ, ଏହା ସଂପୂର୍ଣ୍ଣ ଭୁଲ: ଅକ୍ଷୟ ଖାନ୍ନା

amarujala.com

ମୁମ୍ବାଇ: ଫିଲ୍ମ ତାଲ୍ ଓ ହମରାଜ ଭଳି ଫିଲ୍ମରେ କାମ କରି ଲୋକପ୍ରିୟ ହୋଇଥିବା ଅଭିନେତା ଅକ୍ଷୟ ଖାନ୍ନା ଏବେ ଫିଲ୍ମରେ ଖୁବ୍ କମ ନଜର ଆସୁଛନ୍ତି। ଏହା ସହ ଏବେ ଯେଉଁ ହାତଗଣତି ଫିଲ୍ମରେ ନଜର ଆସୁଛନ୍ତି, ତାହା ମଧ୍ୟ ବକ୍ସ ଅଫିସରେ ସଫଳ ହୋଇ ପାରୁ ନାହିଁ। କିଛି ଦିନର ବ୍ୟବଧାନ ପରେ ଏବେ ସେ ଆଉ ଏକ ଫିଲ୍ମ ସବ କୁଶଲ ମଙ୍ଗଲରେ ନଜର ଆସିବାକୁ ଯାଉଛନ୍ତି। ଯାହାର ପ୍ରମୋସନ ମଧ୍ୟ ସେ ଆରମ୍ଭ କରି ସାରିଥିବା ବେଳେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ନିଜର ମତ ରଖିଛନ୍ତି।

karan johar, Akshaye Khanna amarujala.com

ତାଙ୍କ କହିବା ମୁତାବକ, ମୁଁ ବର୍ଷ ବର୍ଷ ଧରି ଶୁଣି ଆସୁଛି କି, ବଲିଉଡରେ ତିଷ୍ଠିବା ପାଇଁ ହେଲେ ବଡ଼ ବଡ଼ ଲୋକଙ୍କ ପାର୍ଟିକୁ ଯିବାକୁ ପଡ଼େ। କିନ୍ତୁ ଏହାକୁ ମୁଁ ବିଶ୍ବାସ କରେ ନାହିଁ। ଧରି ନିଅନ୍ତୁ, ଯଦି ମୁଁ କରଣ ଜୋହରଙ୍କ ୧୦ଟି ପାର୍ଟିକୁ ଯିବି। ତେବେ ସେ କ’ଣ ମୋତେ ତାଙ୍କ ଫିଲ୍ମରେ ସୁଯୋଗ ଦେବେ କି? ଜମା ବି ନୁହେଁ। ଯଦି ମୋତେ କେହି ଫିଲ୍ମରେ ନେବା ପାଇଁ ମନରେ ଭାବିଛି, ତେବେ ସେ ମୋତେ ନିଶ୍ଚୟ ନେବ। ଚରିତ୍ର ପାଇଁ ଯଦି ମୁଁ ହିଁ କେବଳ ଫିଟ୍ ଥିବି, ତେବେ ମୁଁ ପାର୍ଟିିକୁ ଯାଏ କି ନଯାଏ ଫିଲ୍ମ ମୋତେ ମିଳିବ ବୋଲି କହିଛନ୍ତି ଅକ୍ଷୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe