ଅଭିନେତ୍ରୀ ଆସୀନ୍‌ ମା’ ହେଲେ, ଅକ୍ଷୟ କୁମାର ତାଙ୍କ ଝିଅର ପ୍ରଥମ ଫଟୋକୁ ସେୟାର୍‌ କଲେ

Advertisment
ଅଭିନେତ୍ରୀ ଆସୀନ୍‌ ମା’ ହେଲେ, ଅକ୍ଷୟ କୁମାର ତାଙ୍କ ଝିଅର ପ୍ରଥମ ଫଟୋକୁ ସେୟାର୍‌ କଲେ

Free Press Journal

ମୁମ୍ବାଇ: ବଲିଉଡ୍‌ ଆକ୍‌ଟ୍ରେସ୍‌ ଅସିନ୍‌ ଅକ୍ଟୋବର ୨୪ ତାରିଖ ଗୁରୁବାର ଦିନ ତାଙ୍କର ଏକ କନ୍ୟା ସନ୍ତାନକୁ କୋଚ୍ଚି ହସ୍ପିଟାଲ୍‌ରେ ଜନ୍ମ ଦେଇଛନ୍ତି। ଯେଉଁ ଖୁସି ଖବରଟିକୁ କି ନିଜେ ଅସୀନ୍‌ଙ୍କ ପତି ରାହୁଲ୍‌ ଶର୍ମା ହିଁ ସର୍ବସାଧାଣଙ୍କୁ ଜଣାଇଛନ୍ତି। ତେବେ ଏନେଇ ବନ୍ଧୁ ଅକ୍ଷୟ କୁମାର ଉଭୟ ଅସୀନ୍‌ ଏବଂ ରାହୁଲ୍‌ଙ୍କୁ ସର୍‌ପ୍ରାଇଜ୍‌ ଦେବାକୁ ଯାଇ ହସ୍ପିଟାଲ୍‌ରେ ପହଞ୍ଚବା ସହିତ ସେମାନଙ୍କର କନ୍ୟା ସନ୍ତାନର ପ୍ରଥମ ଫଟୋକୁ ମଧ୍ୟ ସୋସିଆଲ୍‌ ମିଡ଼ିଆରେ ସେୟାର୍‌ କରିଛନ୍ତି।

ତେବେ ଝିଅର ଜନ୍ମ ଖବରକୁ ଜଣାଇବାକୁ ଯାଇ ଅଭିନେତ୍ରୀ ଆସୀନ୍‌ଙ୍କ ପତି ରାହୁଲ୍‌ ଶର୍ମା କହିଛନ୍ତି ଯେ ତାଙ୍କୁ ଜଣାଇବାକୁ ବହୁତ ଖୁସି ଲାଗୁଛି କି ତାଙ୍କ ପାଖକୁ ପରୀ ଭଳି ଝିଅଟିଏ ଆସିଛି! ଏଥିସହିତ ଗତ ୯ ମାସ ସମୟ ଉଭୟ ଆସୀନ୍‌-ରାହୁଲ୍‌ଙ୍କ ଲାଗି ଖାସ୍‌ ସମୟ ରହିଥିଲା ବୋଲି ମଧ୍ୟ ସେ କହିଛନ୍ତି। ଏହି ସମୟରେ ସେମାନଙ୍କ ଲାଗି ପ୍ରାର୍ଥନା କରିବା ସହ ସେମାନଙ୍କୁ ସାଥ୍‌ ଦେଇଥିବା ଲୋକଙ୍କୁ ମଧ୍ୟ ରାହୁଲ୍‌ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ତେବେ, ଆପଣଙ୍କ ସୂଚନା ଲାଗି ଜଣାଉଅଛୁ କି, ପୂର୍ବରୁ ନିଜର ଅନ୍ତସତ୍ତ୍ୱା ହେବା ଖବରକୁ ଗୋପନ ରଖିଥିବା ଏହି ବଲିଉଡ଼୍‍ ଅଭିନେତ୍ରୀ ଆସୀନ୍‌ ‘ମାଇକ୍ରୋମାକ୍ସ’ କଂପାନିର କୋ-ଫାଉଣ୍ଡର୍‌ ରାହୁଲ୍‌ ଶର୍ମାଙ୍କୁ ଗତ ୨୦୧୬ ଜାନୁଆରି ମାସରେ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe