ଅବବାସ-ମସ୍ତାନଙ୍କ ଫିଲ୍ମରେ ପୁଣି ଅକ୍ଷୟ କୁମାର !

Advertisment
ଅବବାସ-ମସ୍ତାନଙ୍କ ଫିଲ୍ମରେ ପୁଣି ଅକ୍ଷୟ କୁମାର !

ବଲିଉଡ୍‌ ହିରୋ ଅକ୍ଷୟ କୁମାର ଏବେ ସବୁଠୁଁ ଲୋକପ୍ରିୟ ନାୟକ । ତାଙ୍କ ଫିଲ୍ମକୁ ବକ୍ସ ଅଫିସରେ ଲଗାତର ମିଳୁଛି ଜବରଦସ୍ତ ସଫଳତା । ଚଳିତ ବର୍ଷ ତାଙ୍କ ଅଭିନୀତ ‘ ଟଏଲେଟ୍‌ ଏକ ପ୍ରେମ୍‌କଥା’ ଓ ଜଲି ଏଲ ଏଲବି-୨ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି ।
ଏଣେ ତାଙ୍କ ପଛରେ ପ୍ରଯୋଜକ, ନିର୍ଦ୍ଦେଶକଙ୍କର ଲମ୍ବା ଲାଇନ୍‌ ଲାଗିଛି । ଏହା ଭିତରେ ରହିଛି ଖ୍ୟାତନାମା ପ୍ରଯୋଜକ କରଣ ଜୋହରଙ୍କ ପିରିଅଡିକ୍‌ ଡ୍ରାମା । ଏହା ସାରାଗଢ ଯୁଦ୍ଧ ଉପରେ ଆଧାରିତ କଥାବସ୍ତୁ ଉପରେ ଆଧାରିତ । ଶୁଣିବାକୁ ମିଳୁଛି ଯେ ଅକ୍ଷୟ କୁମାରଙ୍କ ସହ ବଲିଉଡର ଚୁଲୁବୁଲି ନାୟିକା ପରିଣୀତି ଚୋପ୍ରା ଯୋଡି ବନାଇବେ ଏଥିରେ ଅକ୍ଷୟଙ୍କ ପତ୍ନୀ ଭୂମିକାରେ ଅଭିନୟ କରିବେ ପରିଣୀତି । ଯଦିଓ ଏଯାବତ୍‌ ଏହାର ଅଫିସିଆଲ୍‌ ଘୋଷଣା କରାଯାଇ ନାହିଁ , ତଥାପି ଯଦି ସେଭଳି ଘଟେ, ତେବେ ଅକ୍ଷୟ-ପରିଣୀତ ଯୋଡ଼ିର ଏହା ହେବ ପ୍ରଥମ ସିନେମା ।

ଅକ୍ଷୟ କୁମାରଙ୍କ କ୍ୟାରିଅର୍‌କୁ ନୂଆ ମୋଡ଼ ଦେଇଥିବା ସିନେମା ଭିତରୁ ଯେଉଁ ସିନେମା କଥା ପ୍ରଥମେ ମନକୁ ଆସେ, ତାହା ହେଲା ‘ ଖିଲାଡି’ । ୧୯୯୨ରେ ରିଲିଜ୍‌ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ଅବ୍‌ବାସ-ମସ୍ତାନ୍‌ । ଏହାପରେ ଅକ୍ଷୟ କୁମାର ଅବବାସ-ମସ୍ତାନଙ୍କ ନିର୍ଦ୍ଦେଶିତ ଫିଲ୍ମ ଅଜନବୀ ( ୨୦୦୧) ଓ ଏତରାଜ (୨୦୦୪)ରେ ବି କାମ କରିଥିଲେ ।

ଏବେ ଖବର ମିଳିଛି ଯେ ହିଟ୍‌ ଡିରେକ୍ଟର ଯୋଡ଼ି ଅବ୍‌ବାସ୍‌ -ମସ୍ତାନ୍‌ ପୁଣି ଅକ୍ଷୟ କୁମାରଙ୍କୁ ଲିଡ୍‌ ରୋଲରେ ନେଇ ଏକ ସସ୍‌ପେନ୍ସ ଥ୍ରିଲର୍‌ ନିର୍ମାଣ କରିବାକୁ ଯାଉଛନ୍ତି । ଏହି ଫିଲ୍ମର କାହାଣୀ ଅକ୍ଷୟଙ୍କୁ ଭଲ ଲାଗିଛି । ଏହି ସିନେମା ଲାଗି ଅକ୍ଷୟ କୁମାରଙ୍କୁ ମାତ୍ର ୨୦ ଦିନ ସମୟ ଦେବାକୁ ପଡିବ । ଅକ୍ଷୟଙ୍କ ଟାଇମ୍‌ ମିଳିବା ପରେ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଅବ୍‌ବାସ-ମସ୍ତାନ କହିଛନ୍ତି । ଯଦି ଏଭଳି ଘଟେ ତେବେ ପ୍ରାୟ ୧୩ ବର୍ଷ ବ୍ୟବଧାନରେ ଅକ୍ଷୟ କୁମାର ଅବବାସ-ମସ୍ତାନଙ୍କ ସହ ପୁଣି ଥରେ କାମ କରିବେ ।

ଏଠାରେ ସୂଚନାଯୋଗ୍ୟ ଯେ ଅବ୍‌ବାସ୍‌ -ମସ୍ତାନ୍‌ ମଧ୍ୟ ଖିଲାଡି ସିନେମାରୁ କ୍ୟାରିଅର୍‌ ଆମ୍ଭ କରିଥିଲେ। ଏହାପରେ ଏହି ଯୋଡି ଲଗାତାର ସିନେମାତିଆରି କରିଛନ୍ତି। ତାଙ୍କ ନିର୍ଦ୍ଦେଶିତ ଅନ୍ୟ ଉଲ୍ଲେଖନୀୟ ସିନେମା ମଧ୍ୟରେ ରହିଛି ବାଜିଗର୍‌, ଏତରାଜ୍‌,ହମରାଜ୍‌, ଚୋରି ଚୋରି ଚୁପକେ ଚୁପକେ, ୍ମ ଅଜନବୀ,୩୬ ଚାଇନା ଟାଉନ୍‌,ଏବଂ କିସ୍‌ କିସକୋ ପ୍ୟାର୍‌ କରୁଁ ଆଦି। ଅକ୍ଷୟ କୁମାର ବି ଲଗାତାର ସିନେମା କରୁଛନ୍ତି। ଏବେ ସେ ବଲିଉଡର ଜଣେ ଆଇଏଷ୍ଟପେଡ଼୍‍ ଅଭିନେତା। ସେ ଜଣେ ନିର୍ମାତା ମଧ୍ୟ। ତେବେ ଅବ୍‌ବାସ୍‌ -ମସ୍ତାନ୍‌ ଅନ୍ୟ ହିରୋ ଯଥା ସଲମାନ୍‌ ଖାନ୍‌.ଶାହରୁଖ୍‌ ଖାନ୍‌, ସାହିଦ୍‌ କପୁର ,ଅକ୍ଷୟ ଖାନ୍ନା,ବବି ଦେଓଲ୍‌,ଏବଂ କପିଲ ଶର୍ମା ପ୍ରମୁଖଙ୍କୁ ନେଇ ବି ସିନେମା ତିଆରି କରିଛନ୍ତି। ଦେଖାଯାଉ କେବେ ପୁଣି ଏମାନେ ଏକତ୍ର ହୋଇ ସିନେମା ତିଆରି କରୁଛନ୍ତି!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe