ଅକ୍ଷୟଙ୍କର ଚଉଦଟି ରୂପ

ଅକ୍ଷୟଙ୍କର  ଚଉଦଟି ରୂପ

ଅକ୍ଷୟ କୁମାର ବଲିଉଡ଼୍‍ର ଜଣେ ସଫଳ ଆକ୍ଟର ଓ ନାମୀ ଷ୍ଟାର୍‌। କିନ୍ତୁ ବାସ୍ତବ ଜୀବନରେ ତାଙ୍କର ଚଉଦଟି ରୂପର ଆକଳନ କରାଯାଇଛି;ଆସନ୍ତୁ ଜାଣିବା ଅକ୍ଷୟଙ୍କର ଏହି ଚଉଦଟି ଚେହେରା ବିଷୟରେ....

ପ୍ରଥମ ଚେହେରା: ଅକ୍ଷୟ କୁମାର ଏକ ପାରଂପାରିକ ପଞ୍ଜାବୀ ପରିବାରର ପୁଅ।ସେ ଧାର୍ମିକ ପ୍ରବୃତ୍ତିର।ମାତା ବୈଷ୍ଣୋ ଦେବୀଙ୍କ ଉପରେ ତାଙ୍କର ରହିଛି ଅଗାଧ ଭକ୍ତି ଓ ଶ୍ରଦ୍ଧା ।ତେଣୁ ସେ ନିଜ ବ୍ୟାଗ୍‌ରେ ସୁନା ଚାନ୍ଦି ନିର୍ମିତ ମାତା ବୈଷ୍ଣୋ ଦେବୀ ,ଶଙ୍କର ଓ ରାମଙ୍କ ମୂର୍ତ୍ତୀକୁ ଯୁଆଡ଼େ ବି ଯାଆନ୍ତି ନିଜର ସାଙ୍ଗରେ ତାହାକୁ ନେଇକରି ଯାଉଥିଲେ।ଆଜିଯାଏଁ ସେ ଏହି ତିନି ମୂର୍ତ୍ତୀଙ୍କୁ ସାଙ୍ଗରେ ଧରି ସୁଟିଂ ସେଟ୍‌କୁ ଯାଆନ୍ତି।
ଦ୍ୱିତୀୟ ଚେହେରା :ଅକ୍ଷୟ କୁମାର ବାସ୍ତବ ଜୀବନରେ ଖୁବ୍‌ କ୍ରୀଡ଼ା ପ୍ରିୟ।ଫୁଟବଲ୍‌ ଓ ଭଲିବଲ୍‌ ତାଙ୍କର ପ୍ରିୟ ଖେଳ।
ତୃତୀୟ ଚେହେରା :ଅକ୍ଷୟ ଖୁବ୍‌ ଅନୁଶାସିତ।ସେ ସୁଟିଂ ସେଟ୍‌ ହେଉ ବା ଫଙ୍କସନ୍‌ ହେଉ ସବୁଠି ଠିକ୍‌ ସମୟରେହିଁ ପହଞ୍ଚି ଯାଆନ୍ତି।
ଚତୁର୍ଥ ଚେହେରା:ଅକ୍ଷୟ କୁମାର ଯେ କେବଳ ଭଲ ଖାଇବା ପସନ୍ଦ କରନ୍ତି ତା’ ନୁହେଁ ,ବରଂ ସେ ଖୁବ୍‌ ଭଲ ରୋଷେଇ ମଧ୍ୟ କରିପାରନ୍ତି।ସେ ମାଛ,କବାବ୍‌,ବିରିୟାନୀ ଓ ସିଙ୍ଗଡ଼ା ଭଳି ଅନେକ ଖାଦ୍ୟ ପଦାର୍ଥ ଭଲ ରାନ୍ଧନ୍ତି।
ପଞ୍ଚମ ଚେହେରା: ଅକ୍ଷୟ ଜଣେ ମଧ୍ୟ ଆଦର୍ଶ ପିତା ଅଟନ୍ତି।ସେ ଅନେକ ସମୟରେ ପୁଅ ଆରବ ଓ ପତ୍ନୀ ଟ୍ଵିଙ୍କଲ୍‌ଙ୍କୁ ତାହାଙ୍କର ସୁଟିଂ ସେଟ୍‌କୁ ସାଙ୍ଗରେ ନେଇକରିଯାଆନ୍ତି।ସେ ପୁଅର ସବୁ ଅଳିକୁ ପୂରଣ କରନ୍ତି।
ଷଷ୍ଠ ଚେହେରା : ଅକ୍ଷୟ କୁମାର ବହୁତ ସହନଶୀଳ ସ୍ୱଭାବର ବ୍ୟକ୍ତି ମଧ୍ୟ ଅଟନ୍ତି।ସେ ନିନ୍ଦା ଅପମାନରେ ଆଦୌ ପ୍ରତିକ୍ରିୟା ବ୍ୟକ୍ତ କରନ୍ତି ନାହିଁ।
ସପ୍ତମ ଚେହେରା: ଅକ୍ଷୟ କେବେହେଲେବି ତାହାଙ୍କର ସଫଳତା,ପ୍ରାଇସ୍‌ ବା ଷ୍ଟାଟସ କୁ ନେଇ ନିଜ ଢ଼ୋଲ ନିଜେ ବଜାନ୍ତି ନାହିଁ।
ଅଷ୍ଟମ ଚେହେରା: ଅକ୍ଷୟ କୁମାର ଖୁବ୍‌ ଭାବୁକ ସ୍ୱଭାବର।ସେ ନିଜ ପିତା-ମାତାଙ୍କୁ ଖୁବ୍‌ ଭକ୍ତି କରନ୍ତି।
ନବମ ଚେହେରା : ଆୟେଶା ଜୁଲ୍‌କା,ରବିନା ଟଣ୍ଡନ ଓ ଶିଳ୍ପା ଶେଟ୍ଟିଙ୍କ ସହିତ ପ୍ରେମ ସଂପର୍କ ଛିନ୍ନ ହେବା ପରେ ମଧ୍ୟ, ସେ ଭାଙ୍ଗିପଡ଼ିନଥିଲେ।ବରଂ ବ୍ରେକ୍‌ଅପ୍‌ ପରେ ବି ସେ ଏହି ନାୟିକାଙ୍କ ସହିତ ପ୍ରଫେସ୍‌ନାଲ୍‌ ଭାବେ କାମ କରିଥିଲେ।
ଦଶମ ଚେହେରା : ଅକ୍ଷୟ ଏଭଳି ଜଣେ ଅଭିନେତା ଯିଏକି ନିଜର କାମ ଓ କୁଶଳ ବ୍ୟବହାର ମାଧ୍ୟମରେ ନିର୍ଦ୍ଦେଶକଙ୍କୁ ସହଜରେ ନିଜର ବନ୍ଧୁ କରିନିଅନ୍ତି।ସେ ସ୍କ୍ରିପ୍ଟ୍‌ରେ କେବେବି ହସ୍ତକ୍ଷେପ କରନ୍ତି ନାହିଁ।ସେ ହେଉଛନ୍ତି ଏଭଳି ଜଣେ ଅଭିନେତା ଯାହାଙ୍କର କି ସର୍ବାଧିକ ସାଙ୍ଗ ରହିଛନ୍ତି।ଏଥିପାଇଁ ଅକ୍ଷୟଙ୍କୁ ନିର୍ଦ୍ଦେଶକମାନେ ନିଜ ନିଜ ଫିଲ୍ମରେ ରିପିଟ୍‌ କରିଥା’ନ୍ତି।
ଏକାଦଶ ଚେହେରା:ଅକ୍ଷୟ ସ୍ୱଭାବତଃ ଖୁବ୍‌ ଦୟାଳୁ ଅଟନ୍ତି।ସେ ଗରିବ ଲୋକଙ୍କର ସହାୟତା କରନ୍ତି।ଯେଉଁ କାରଣକୁ ନେଇ ସେକ୍ରୋଟାରୀ ‘ବାଲି’ଙ୍କ ବିୟୋଗ ପରେ ସେ ତାହାଙ୍କ ପରିବାରର ସମସ୍ତ ଦାୟିତ୍ୱକୁ ନିଜେ ବହନ କରିଥିଲେ।
ଦ୍ୱାଦଶ ଚେହେରା :ଅକ୍ଷୟ ହେଉଛନ୍ତି ଏକମାତ୍ର ହୀରୋ,ଯିଏକି ଏଯାବତ୍‌ ଅଠର ଥର ପୋଲିସ୍‌ ଅଫିସ୍‌ର ଭୂମିକାରେ ଅଭିନୟ କରିଛନ୍ତି।
ତ୍ରୟୋଦଶ ଚେହେରା: ଅକ୍ଷୟ କୁମାର ଜଣେ ଭଲ ମଣିଷ,ଯିଏ କି କେବେ ହେଲେବି କୌଣସି ଅନୁଚିତ କାମ କରନ୍ତି ନାହିଁ।ଏଥିସହିତ ସେ ପଇସା ପତ୍ର ମାମଲାରେ ଖୁବ୍‌ ସଚ୍ଚୋଟ ମଧ୍ୟ ଅଟନ୍ତି।

ଚତୁର୍ଦ୍ଦଶ ଚେହେରା: ଅକ୍ଷୟ କୁମାର ଏବେ ବଲିଉଡ଼୍‍ର ଜଣେ ଟପ୍‌ଷ୍ଟାର୍‌,କିନ୍ତୁ ସେ ଖୁବ୍‌ ଡ଼ାଉନ୍‌ ଟୁ ଆଥ୍‌ର୍। ତାଙ୍କଠାରେ ନାମମାତ୍ର ବି ଗର୍ବ ଅହଂଙ୍କାର ନାହିଁ। ସେ ନିଜ ସଂଘର୍ଷ ସମୟର ସାଥୀମାନଙ୍କୁ ଭୁଲି ନାହାନ୍ତି।ସେ ବ୍ୟାଙ୍କକ୍‌ ଗଲେ,ଯେଉଁ ରେସ୍ତୁରାଁରେ କାମ କରୁଥିଲେ,ସେଠାରେ କାର୍ଯ୍ୟରତ ସାଥୀମାନଙ୍କ ସହିତ ମିଶନ୍ତି ଓ ଖାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe