କାହିଁକି ଅକ୍ଷୟ କୁମାରଙ୍କୁ ସମସ୍ତେ ଭଲ ପାଆନ୍ତି ?

କାହିଁକି ଅକ୍ଷୟ କୁମାରଙ୍କୁ ସମସ୍ତେ ଭଲ ପାଆନ୍ତି ?

photo--indiatvnews.com

ମୁମ୍ବାଇ: ଅକ୍ଷୟ କୁମାର ବଲିଉଡ଼୍‍ର ଜଣେ ସୁପରଷ୍ଟାର୍‌। କିନ୍ତୁ ସେ ଅନ୍ୟ କଳାକାରଙ୍କଠାରୁ ବ୍ୟକ୍ତିଗତ ଜୀବନରେ ଖୁବ ଭିନ୍ନ । ଏହି କାରଣରୁ ତାଙ୍କୁ ସମସ୍ତେ ଭଲ ପାଆନ୍ତି। ଆସନ୍ତୁ ଜାଣିବା ଅକ୍ଷୟଙ୍କ ବିଷୟରେ କିଛି କଥା ....

ଅକ୍ଷୟ କୁମାର ଏକ ପାରଂପାରିକ ପଞ୍ଜାବୀ ପରିବାରର ପୁଅ।ସେ ଧାର୍ମିକ ପ୍ରବୃତ୍ତିର।ମାତା ବୈଷ୍ଣୋ ଦେବୀଙ୍କ ଉପରେ ତାଙ୍କର ରହିଛି ଅଗାଧ ଭକ୍ତି ଓ ଶ୍ରଦ୍ଧା । ତେଣୁ ସେ ନିଜ ବ୍ୟାଗ୍‌ରେ ସୁନା ଚାନ୍ଦି ନିର୍ମିତ ମାତା ବୈଷ୍ଣୋ ଦେବୀ ,ଶଙ୍କର ଓ ରାମଙ୍କ ମୂର୍ତ୍ତୀକୁ ଯୁଆଡ଼େ ବି ଯାଆନ୍ତି ନିଜର ସାଙ୍ଗରେ ତାହାକୁ ନେଇ କରି ଯାଆନ୍ତି । ଆଜିଯାଏଁ ସେ ଏହି ତିନି ମୂର୍ତ୍ତିଙ୍କୁ ସାଙ୍ଗରେ ଧରି ସୁଟିଂ ସେଟ୍‌କୁ ଯାଆନ୍ତି। ଅକ୍ଷୟ କୁମାର ବାସ୍ତବ ଜୀବନରେ ଖୁବ୍‌ କ୍ରୀଡ଼ା ପ୍ରିୟ। ଫୁଟବଲ୍‌ ଓ ଭଲିବଲ୍‌ ତାଙ୍କର ପ୍ରିୟ ଖେଳ।

publive-image photo-youtube

ଅକ୍ଷୟ ଖୁବ୍‌ ଅନୁଶାସିତ।ସେ ସୁଟିଂ ସେଟ୍‌ ହେଉ ବା ଫଙ୍କସନ୍‌ ହେଉ ସବୁଠି ଠିକ୍‌ ସମୟରେହିଁ ପହଞ୍ଚି ଯାଆନ୍ତି। ଅକ୍ଷୟ ଜଣେ ମଧ୍ୟ ଆଦର୍ଶ ପିତା ଅଟନ୍ତି। ସେ ଅନେକ ସମୟରେ ପୁଅ ଆରବ ଓ ପତ୍ନୀ ଟ୍ଵିଙ୍କଲ୍‌ଙ୍କୁ ତାଙ୍କର ସୁଟିଂ ସେଟ୍‌କୁ ସାଙ୍ଗରେ ନେଇ ଯାଆନ୍ତି। ସେ ପୁଅର ସବୁ ଅଳିକୁ ପୂରଣ କରନ୍ତି।ସେ ନିଜ ପିତା-ମାତାଙ୍କୁ ଖୁବ୍‌ ଭକ୍ତି କରନ୍ତି।ଅକ୍ଷୟ କୁମାର ବହୁତ ସହନଶୀଳ ସ୍ୱଭାବର ବ୍ୟକ୍ତି ମଧ୍ୟ ଅଟନ୍ତି।ସେ ନିନ୍ଦା ଅପମାନରେ ଆଦୌ ପ୍ରତିକ୍ରିୟା ବ୍ୟକ୍ତ କରନ୍ତି ନାହିଁ।ଅକ୍ଷୟ କେବେହେଲେବି ତାହାଙ୍କର ସଫଳତା,ପ୍ରାଇସ୍‌ ବା ଷ୍ଟାଟସ କୁ ନେଇ ନିଜ ଢ଼ୋଲ ନିଜେ ବଜାନ୍ତି ନାହିଁ।ଅକ୍ଷୟ କୁମାର ଖୁବ୍‌ ଭାବୁକ ସ୍ୱଭାବର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe