ଅକ୍ଷୟ କୁମାରଙ୍କ ଉପରେ ରାଗୁଛନ୍ତି ଫ୍ୟାନ୍‌ ! ଜାଣନ୍ତୁ କାରଣ କ’ଣ

Advertisment
ଅକ୍ଷୟ କୁମାରଙ୍କ ଉପରେ ରାଗୁଛନ୍ତି ଫ୍ୟାନ୍‌ ! ଜାଣନ୍ତୁ କାରଣ କ’ଣ

photo-amarujala

ମୁମ୍ବାଇ: ଏବେ ବଲିଉଡରେ ଖିଲାଡି କୁମାର ଅକ୍ଷୟ କୁମାରଙ୍କୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଥିବା ବେଳେ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀ ବି କମ ଚର୍ଚ୍ଚାରେ ନାହାନ୍ତି । ବଲିଉଡ଼୍‍ର ମୋଷ୍ଟ୍‍ ସେଲେବଲ୍‌ ହିରୋ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ପ୍ୟାଡ଼୍‍ ମ୍ୟାନ୍‌’ର ରିଲିଜ୍‌ ତାରିଖ ବଦଳି ଯାଇଛି ।ଏହା ୨୦୧୮ ଜାନୁଆରି ୨୫ ତାରିଖରେ ରିଲିଜ୍‌ ହେବାର ଥିଲା କିନ୍ତୁ ଏବେ ଏହା ଫେବୃଆରି ୯ ତାରିଖରେ ମୁକ୍ତିଲାଭ କରିବ।ସଞ୍ଜୟ ଲୀଳା ଭଂସାଲୀଙ୍କ ‘ପଦ୍ମାବତ୍‌’ ସହ ଏକାଦିନେ ରିଲିଜ୍‌ ନକରିବାକୁ ସ୍ଥିର କରି ଅକ୍ଷୟ କୁମାର ଏଭଳି ନିଷ୍ପତ୍ତି ନେଇଛନ୍ତି।


ଏବେ କିନ୍ତୁ ଅକ୍ଷୟ କୁମାରଙ୍କ ଏହି ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତିତାଙ୍କର ଫ୍ୟାନମାନେ। ଅକ୍ଷୟଙ୍କ ପଛଘୁଞ୍ଚାକୁ ନେଇ ଫ୍ୟାନମାନେ ବିରକ୍ତ ହୋଇଛନ୍ତି। ଜଣେ ଫ୍ୟାନ୍‌ ତ ଟ୍ୟୁଟରରେ ଲେଖିଛନ୍ତି ଯେ ତାରିଖ ‘ପ୍ୟାଡ଼୍‍ ମ୍ୟାନ୍‌’ର ରିଲିଜ୍‌ ତାରିଖ ବଦଳିବାପରେ ସେ ଆଉ ଏହାକୁ ଦେଖିବାକୁ ଯିବେ ନାହିଁ,ଯଦିଓ ସେଦିନ ତାଙ୍କର ବାର୍ଥ ଡେ।

publive-image photo-navbharattimes

ଏଠାରେ ସୂଚନାଯୋଗ୍ୟଯେ ପୂର୍ବରୁ ଥରେ ଏହାର ରିଲିଜ୍‌ ତାରିଖ ବଦଳିଥିଲା । ସେତେବେଳେ ଅକ୍ଷୟଙ୍କ ପତ୍ନୀ ତଥା ଏହି ଫିଲ୍ମର ସହ ପ୍ରଯୋଜିକା ଟ୍ଵିଙ୍କଲ୍‌ ଖାନ୍ନା ନିଜର ଟ୍ଵିଟର୍‌ ଜରିଆରେ ଏହି ରିଲିଜ୍‌ ତାରିଖ ବଦଳିବାର କାରଣ ବି ବେଶ ମଜାଦାର ଢ଼ଙ୍ଗରେ ବତାଇଥିଲେ । ସେ ଲେଖିଥିଲେି ଯେମିତି ବେଳେ ବେଳେ ଆଗୁଆ ପିରିଅଡସ୍‌ ହୋଇଯାଏ ସେମିତି ‘ପ୍ୟାଡ଼୍‍ ମ୍ୟାନ୍‌’ ଗୋଟିଏ ଦିନ ଆଗରୁ ରିଲିଜ୍‌ ହେଉଛି।ଏଠାରେ ସୂଚନାଯୋଗ୍ୟ ଯେ,‘ପ୍ୟାଡ଼୍‍ ମ୍ୟାନ୍‌’ରେ ଅକ୍ଷୟ କୁମାର ଦେଶରେ ମହିଳାମାନଙ୍କ ପାଇଁ ଉର୍ଦ୍ଦିଷ୍ଟ ସାନଟାରି ନାପ୍‌କିନ୍‌ ଓ ଋତୁସ୍ରାବ ସଂପର୍କରେ ସଚେତନତା ସୃଷ୍ଟି କରିବେ। ଅରୁଣାଚଳମ୍‌ ମୁରୁଗାନାଥନ୍‌ଙ୍କ ଜୀବନୀ ଉପରେ ଏହି ସିନେମା ଆଧାରିତ ଅଟେ।ଅରୁଣାଚଳମ୍‌ ହେଉଛନ୍ତି ଗ୍ରାମୀଣ ମହିଳାମାନଙ୍କୁ ଋତୁସ୍ରାବ ସମୟରେ ଜରୁରୀ ଇକୋ ଫ୍ରେଣ୍ଡ୍‌ଲି ଓ ପକେଟ୍‌ ଫ୍ରେଣ୍ଡ୍‌ଲି ନାପ୍‌କିନ୍‌ ପ୍ରସ୍ତୁତ କରିଥିବା ପ୍ରଥମ ବ୍ୟକ୍ତି।
ଏଥିରେ ଅକ୍ଷୟ କୁମାରଙ୍କ ସହିତ ସୋନମ୍‌ କପୁର୍‌ ଓ ରାଧିକା ଆପ୍‌ଟେ ଫିମେଲ୍‌ ଲିଡ଼୍‍ରେ ଅଛନ୍ତି।‘ଚିନିକମ୍‌’‘ପା’ଓ ‘ସମିତାଭ୍‌’ଭଳି ଫିଲ୍ମର ନିର୍ଦ୍ଦେଶକ ଆର୍‌ ବାଲକୀ ‘ପ୍ୟାଡ଼୍‍ମ୍ୟାନ୍‌’ର ନିର୍ଦ୍ଦେଶନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe