ରାଓଡ଼ି ରାଠୋର ଆସୁଛନ୍ତି ହରର୍‌ ସିନେମାରେ !

ରାଓଡ଼ି ରାଠୋର ଆସୁଛନ୍ତି ହରର୍‌  ସିନେମାରେ !

photonavbharattimes

ମୁମ୍ବାଇ : ବଲିଉଡରେ ସହିତ ସାଉଥର ଜବରଦସ୍ତ କନେକସନ୍‌ ରହିଛି। କହିବାର କଥା ହେଲା ଯେ ଅତୀତରେ ବହୁ ଦକ୍ଷିଣ ଭାରତୀୟ ସିନେମାର ହିନ୍ଦୀ ରିମେକ ସିନେମା ମୁକ୍ତିଲାଭ କରିଛି । ସାଉଥ୍‌ ରିମେକ୍‌ ଫିଲ୍ମଗୁଡିକ ବି ବଲିଉଡରେ ସୁପରହିଟ ହୋଇଛି । । ଏମିତି କେତେକ ସାଉଥ ର ହିନ୍ଦୀ ରିମେକ୍‌ ବଲିଉଡରେ ତିଆରି ହୋଇଥିବା ଫିଲ୍ମ ହେଲା ହିମ୍ମତଓ୍ଵାଲା ସିଂଘମ୍‌ , ହିମ୍ମତଓ୍ଵାଲା , ଦୃଶ୍ୟମ୍‌ , ତୋହଫା, ଜଷ୍ଟିସ୍‌ ଚୌଧୁରୀ ,ପ୍ୟାସା ସାଓ୍ଵନ ଏବଂ ରାଓଡ଼ି ରାଠୋର ଇତ୍ୟାଦି । ଏବେ ବି ଏହ ଟ୍ରେଣ୍ଡ୍‌ ଜାରି ରହିଛି । ବଲିଉଡର ଅଧିକାଂଶ କଳାକାର ସାଉଥ ରିମେକ ସିନେମାରେ କାମ କରିଛନ୍ତି।

ଏଥିରୁ ବାଦ୍‌ ପଡ଼ି ନାହାନ୍ତି ଅକ୍ଷୟ କୁମାର। ସେ କିଛି ବର୍ଷତଳେ ଏକ ସୁପରହିଟ୍‌ ସିନେମା ‘ରାଓଡ଼ି ରାଠୋର ’ରେ ନାୟକ ଭୂମିକା ନିଭାଇଥିଲେ ଯାହା କି ଏକ ସାଉଥ ସିନେମାର ହିନ୍ଦୀ ରିମେକ୍‌ ଥିଲା। ଏବେ ପୁଣି ବଲିଉଡ୍‌ର ଖିଲାଡି କୁ ମାର ଅକ୍ଷୟ କୁମାର ଏକ ଦକ୍ଷିଣ ଭାରତୀୟ ସିନେମାର ହିନ୍ଦୀ ରିମେକରେ ନାୟକ ଭୂମିକାରେ ଅଭିନୟ କରିବେ ବୋଲି ଜଣାଯାଇଛି ।

publive-image photo-indiatoday

ଏହି ସାଉଥ୍‌ ସିନେମା ୨୦୧୫ରେ ରିଲିଜ୍‌ ହୋଇଥିଲା । ଏହି ସୁପରହିଟ୍‌ ଦକ୍ଷିଣ ଭାରତୀୟ ସିନେମା ହେଲା ‘ କଚନା-୨’ । ଏହା ଏକ ହରର୍‌ ଫିଲ୍ମ । ଏହି ଫିଲ୍ମରେ ରାଘବ ଲରେନ୍ସ, ତାପସୀ ପାନୁ ଓ ନିଥିୟା ମେନନ୍‌ ପ୍ରମୁଖ ଅଭିନୟ କରିଥିଲେ । ଏହା ସେ ବର୍ଷର ସବୁଠାରୁ ବଡ଼ ହିଟ ଫିଲ୍ମ ବୋଲି କୁହାଯାଏ । ଏବେ ଏହାର ରିମେକ୍‌ ନିର୍ମାଣଧୀନ ରହିଛି । ‘କଚନା-୨’ର ହିନ୍ଦୀ ରିମେକ୍‌ ର ଟାଇଟଲ କ’ଣ ରଖାଯିବ, ଏବଂ ଏଥିରେ ଅକ୍ଷୟ କୁମାରଙ୍କ ସହ କେଉଁ ନାୟିକାଙ୍କୁ ନିଆଯିବ ତାହା ଜଣା ପଡ଼ି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe