ସେପ୍ଟେମ୍ବରରେ ବିବାହ କରିବେ ରିଚା-ଅଲି! ଭୋଜିରେ ଯୋଗ ଦେବେ ୪୦୦ଅତିଥି

Advertisment
ସେପ୍ଟେମ୍ବରରେ ବିବାହ କରିବେ ରିଚା-ଅଲି! ଭୋଜିରେ ଯୋଗ ଦେବେ ୪୦୦ଅତିଥି

aajtak

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ବିବାହ ପରେ ଏବେ ଆଉ ଜଣେ କଳାକାର ଯୋଡ଼ିଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଭିନେତ୍ରୀ ରିଚା ଚଢ଼ା ଓ ଅଭିନେତା ଅଲ୍ଲୀ ଫଜଲ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ଚର୍ଚ୍ଚା ଜୋର ଧରିଛି। ଖୁବ ଶୀଘ୍ର ଦୁହେଁ ବିବାହ କରିବେ ବୋଲି କୁହାଯାଉଥିବା ବେଳେ ଦୁହିଁଙ୍କ ବିବାହ ଭୋଜିରେ ୪୦୦ଅତିଥି ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

ଅଲି ଏବଂ ରିଚା ୨୦୨୧ରେ ବିବାହ କରିବେ ବୋଲି ଯୋଜନା କରିଥିଲେ, କିନ୍ତୁ କରୋନା ସଂକ୍ରମଣ ହେତୁ ଦୁହେଁ ବିବାହ କରିପାରିନଥିଲେ। ଏବେ କରୋନା ସଂକ୍ରମଣ କମ ହେବା ପରେ ବର୍ତ୍ତମାନ ଏହି ଦମ୍ପତି ଚଳିତ ବର୍ଷ ବିବାହ କରିବାକୁ ଯାଉଛନ୍ତି। ଚର୍ଚ୍ଚା ହେଉଛି ଯେ, ରିଚା ଏବଂ ଅଲି ଚଳିତ ବର୍ଷ ସେପ୍ଟେମ୍ବରରେ ବିବାହ କରିବେ। ବିବାହ ପରେ ଏହି ଦମ୍ପତି ମୁମ୍ବାଇରେ ଏକ ରିସେପ୍ସନ୍ ପାର୍ଟିର ଆୟୋଜନ କରିବା ସହ ଏଥିରେ ୪୦୦ଅତିଥି ଯୋଗଦେବେ।

କୁହାଯାଉଛି ଯେ, ସେପ୍ଟେମ୍ବରର ଶେଷ ସପ୍ତାହରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବା ସହ ଦିଲ୍ଲୀ ଏବଂ ମୁମ୍ବାଇ ବିବାହ ‌ଭୋଜି ଦେବେ। ଦିଲ୍ଲୀରେ ଦୁହିଁଙ୍କ ପରିବାରର ଏକାଧିକ ଲୋକ ରହୁଥିବାରୁ ଦୁହେଁ ଦିଲ୍ଲୀରେ ଭୋଜି‌ର ଆୟୋଜନ କରୁଥିବା ଜଣାପଡ଼ିଛି। ଦୁହେଁ ୨୦୧୫ରୁ ପରସ୍ପରକୁ ଡେଟ୍ କରୁଥିବା ବେଳେ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ଦୁହିଁଙ୍କ ପକ୍ଷରୁ କୌଣସି ସ୍ପଷ୍ଟିକରଣ ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe