ଦୀପିକା ଓ କ୍ୟାଟ୍ରିନାଙ୍କ ଠାରୁ ବି ଆଗରେ ଆଲିଆ ଭଟ୍ଟ

Advertisment
ଦୀପିକା ଓ କ୍ୟାଟ୍ରିନାଙ୍କ ଠାରୁ ବି ଆଗରେ ଆଲିଆ ଭଟ୍ଟ

‌ଛୋଟ ପରଦାର ପପୁଲାର ଟକ୍ ସୋ’ ‘କଫି ଉଇଥ୍‌ କରନ’ର ସିଜିନ୍-୭ରେ ସଦ୍ୟ ଚର୍ଚ୍ଚିତ ବଡ଼ ପରଦା ଯୋଡ଼ି ଆଲିଆ ଭଟ୍ଟ ଓ ରଣବୀର ସିଂହ ପହଞ୍ଚିଥିଲେ। ହୋଷ୍ଟ କରନ୍ ଜୋହର ଏ ଦୁହିଙ୍କୁ ଏମିତି ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ ଯେ ଆଲିଆ-ରଣବୀର ବାୟା ହେଇଯାଇଥିଲେ। ପ୍ରଶ୍ନଗୁଡ଼ିକ ଯେତିକି ରୋମାଞ୍ଚକ ଥିଲା ସେତିକି ମଧ୍ୟ ସେମାନଙ୍କୁ ଦ୍ବନ୍ଦ୍ବରେ ପକାଇଥିଲା। ଏବେକାର ନୂଆ ଚଳଚ୍ଚିତ୍ର ‘ରକ୍କି ଆଣ୍ଡ ରାନୀ’ର ନାୟକ ରଣବୀର ସିଂହ ଥିବାବେଳେ ନାୟିକା ସାଜିଛନ୍ତି ଆଲିଆ। ସୋସିଆଲ ମିଡିଆରେ ଏ ଦୁହିଙ୍କୁ ଏବେ ‘ଜିନିଅସ୍ ଅଫ୍ ଦ ଇଅର୍’ ବୋଲି କୁହାଯାଉଛି।

ଜଣେ ମିମିକ୍ରି ଆର୍ଟିଷ୍ଟ ଚାନ୍ଦିନୀ ମଧ୍ୟ ଆଲିଆଙ୍କ ସପକ୍ଷରେ ଅନେକ ପ୍ରଶଂସା କରିଛନ୍ତି। ଦର୍ଶକ ମଧ୍ୟ ଆଲିଆଙ୍କ ବିବାହକୁ ନେଇ ଅନେକ ତାରିଫ କରିଛନ୍ତି। ଏଆଇବି ଫିଚରକୁ ନେଇ ଆଲିଆଙ୍କୁ ବି ଅନେକ ପ୍ରଶଂସା କରିଛନ୍ତି। ଏବେ ବଲିଉଡ୍‌ରୁ ହଲିଉଡ୍‌ ଯାଇ ଆଲିଆ ‘ହାର୍ଟ ଅଫ୍ ଷ୍ଟୋନ୍’ରେ ନାୟିକା ସାଜିଛନ୍ତି। ବଲିଉଡ୍ ମୁଭି ‘ବ୍ରହ୍ମାସ୍ତ୍ର’ରେ ନାୟିକା ସାଜିଥିବା ଆଲିଆଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଜଣାପଡୁଛି ଦୀପିକା, କ୍ୟାଟ୍ରିନା, କିଆରା, ଜାହ୍ନବୀଙ୍କ ଠାରୁ ବି ଆଲିଆ ଆଗରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe