ଭଉଣୀର ଦୀର୍ଘ ବର୍ଷର ‘ଡିପ୍ରେସନ୍‌’କୁ ବୁଝିପାରି ନ ଥିଲେ ଆଲିଆ; ଖୋଲା ଚିଠି ସହ ଭିଡିଓ ଜରିଆରେ କହିଲେ ‘ସରି’

Advertisment
ଭଉଣୀର ଦୀର୍ଘ ବର୍ଷର ‘ଡିପ୍ରେସନ୍‌’କୁ ବୁଝିପାରି  ନ ଥିଲେ ଆଲିଆ; ଖୋଲା ଚିଠି ସହ ଭିଡିଓ ଜରିଆରେ କହିଲେ ‘ସରି’

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଭଉଣୀ ସାହିନ୍‌ ଭଟ୍ଟଙ୍କୁ ଏକ ଖୋଲା ଚିଠି ଜରିଆରେ ‘ସରି’ ଜଣାଇଛନ୍ତି। ସେ ନିଜ ଭଉଣୀର ନୀରବ ‘ଡିପ୍ରେସନ୍‌(ବିଶାଦ)’କୁ ବୁଝିପାରିନଥିବାରୁ ଦୁଃଖୀତ ଥିବା ପ୍ରକାଶ କରିଛନ୍ତି। ନିକଟରେ ‘ଓ୍ଵାଲ୍‌ର୍ଡ ମେଣ୍ଟାଲ୍‌ ହେଲଥ୍‌ ଡେ’ ସାହିନ୍‌ ଭଟ୍ଟ ନିଜର ପ୍ରଥମ ପୁସ୍ତକ ଲଞ୍ଚ୍‌ କରିଛନ୍ତି। ପୁସ୍ତକଟି ଲଞ୍ଚ୍‌ ହେବା ପରେ ହିଁ ଆଲିଆଙ୍କୁ ଭଉଣୀର ମାନସିକ ଅବସ୍ଥା ସଂପର୍କରେ ଜଣାପଡ଼ିଛି।

ପିଲାଦିଦେ ଯେତେବେଳେ କେଉଁ ପରିବାର ଆଉଟିଂ କିମ୍ବା ଡିନର୍‌ରେ ଯିବା ପାଇଁ ସାହିନ ଅରାଜି ପ୍ରକାଶ କରୁଥିଲେ ଘର ଲୋକ ଏହାକୁ ତାଙ୍କର ସ୍ୱଭାବ ବୋଲି ଧରି ନେଇଥିଲେ। ସେ ଏକା ରହି ଟିଭି ଦେଖିବାକୁ କିମ୍ବା ଗୀତ ଶୁଣିବାକୁ ପସନ୍ଦ କରନ୍ତି ବୋଲି ସଭିଙ୍କ ଧାରଣା ରହିଥିଲା। ମାତ୍ର ବାସ୍ତବ କଥା ହେଉଛି ଆଲିଆଙ୍କ ଭଉଣୀ ଦୀର୍ଘ ବର୍ଷ ଧରି ମାନସିକ ଭାବେ ଦୁର୍ବଳ ରହି ଆସିଛନ୍ତି।

ଆଲିଆ ଲେଖିଥିବା ଚିଠି ସହ ସେ ଭଉଣୀଙ୍କୁ ‘ସରି’ କହି କରିଥିବା ଏକ ଭିଡିଓଟି ଏବେ ଦେଖିବାକୁ ମିଳିଛି। ସେଥିରେ ଆଲିଆ ନିଜର ଓ ତାଙ୍କ ଭଉଣୀଙ୍କର କିଛି ମୁହୂର୍ତ୍ତକୁ ଦେଖାଇଛନ୍ତି। ପିଲାଦିନର ଖେଳ, ହସ, ମଜ୍ଜା ଆଦି ସେ ଭିଡିଓଟିରେ ରହିଛି। ଆଲିଆ ଆହୁରି ବି କହିଛନ୍ତି କି ‘ମୋତେ ଜଣା ଅଛି ଯେ ସମସ୍ତେ ସରି କହୁଥିବା ହେତୁ ତୁ ବିରକ୍ତ ହେଉଛୁ। ମାତ୍ର ଆମେ ସମସ୍ତେ ତୋତେ ଭଲପାଉ ଯେହେତୁ ତୋତେ ସରି କହିବାକୁ ଉଚିତ ମଣୁଛୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe