ନୂଆ ଘର ଦେଖିବାକୁ ଗଲେ ଆଲିଆ: ରଣବୀରଙ୍କ ବିଳାସମୟ ଘରେ ରହିଛି ଏହି ସବୁ ସୁବିଧା

Advertisment
ନୂଆ ଘର ଦେଖିବାକୁ ଗଲେ ଆଲିଆ: ରଣବୀରଙ୍କ ବିଳାସମୟ ଘରେ ରହିଛି ଏହି ସବୁ ସୁବିଧା

www.google.com

ମୁମ୍ବାଇ: ବଲିଉଡ୍‌ର ଲଭ୍‌-ବ‌ାର୍ଡ ଆଲିଆ ଭଟ୍ଟ ଓ ସ୍ବାମୀ ରଣବୀର କପୁର ନିଜ ପାଇଁ ଏକ ନୂଆ ଘର କିଣୁଥିବା ଖବର ହସ୍ତଗତ ହୋଇଛି। ଜାଣିବାକୁ ମିଳିଛି ଯେ ଏହି ପ୍ରେମ ପକ୍ଷୀ ଦ୍ବୟ ମୁମ୍ବାଇର ବାନ୍ଦ୍ରାରେ ନିଜ ପାଇଁ ନୂଆ ଠିକଣାର ବନ୍ଦୋବସ୍ତ କରୁଛନ୍ତି। ଅଭିନେତ୍ରୀ ନିଜ ନୂଆ ଘର ଦେଖିବା ପାଇଁ ଯିବା ବେଳେ କ୍ୟାମେରାରେ କଏଦ ହୋଇଛନ୍ତି। ସେ ଏକ ଧଳା ରଂଗର ଟି-ସାର୍ଟ ଓ ନୀଳ ରଂଗର ଜିନ୍‌ସ ପିନ୍ଧି ତାଙ୍କ ନୂଆ ଘରକୁ ବୁଲି ଦେଖିବାକୁ ଯାଇଛନ୍ତି।

ରିପୋର୍ଟରୁ ଜାଣିବାକୁ ମିଳିଛି ରଣବୀର ଓ ଆଲିଆଙ୍କର ଏହି ନୂଆ ଘରର ନାମ କୃଷ୍ଣା ରାଜ୍‌। ସେ ଗତ ବର୍ଷଠାରୁ ନିଜର ଏହି ନୂଆ ଘର ତିଆରି କାମ ଆରମ୍ଭ କରିଥିଲେ। ଆଲିଆ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବା ପରେ ଏହି ଘରକୁ ଯିବାର ଯୋଜନା କରିଥିଲେ। ହେଲେ ଗତବର୍ଷ ୨୦୨୨ ମସିହାରେ ସେମାନଙ୍କ ଝିଅ ରାହା ଜନ୍ମ ହେଲା ବେଳକୁ ଏହି ଘର ନିର୍ମାଣ ପୂରା ହୋଇ ପାରିନଥିଲା।

ରଣବୀର ଓ ଆଲିଆଙ୍କର ଏହି ନୂଆ ଘର ୮ ମହଲା ବିଶିଷ୍ଟ ହେବ। ସେମାନେ ଯେଉଁ ମହଲାରେ ରହିବେ ତାହାର ତଳ ମହଲାରେ ରହିବେ ମାଆ ନିତୁ କପୁର୍‌। ଏହି ବିଳାସମୟ ଘର ମଧ୍ୟରେ ସୁଇମିଂ ପୁଲ୍‌, ଅଫିସ୍‌ ସ୍ପେସ୍‌ ଓ ପାର୍କିଂ ସ୍ପେସ୍‌ ଆଦି ବ୍ୟତୀତ ଆହୁରି ଅନେକ ସୁବିଧା ରହିବ।

ଆପଣ ଜାଣନ୍ତି ଯେ ରଣବୀର-ଆଲିଆ ୨୦୨୨ ମସିହା ଏପ୍ରିଲ୍‌ ୧୪ ତାରିଖରେ ପରସ୍ପରଙ୍କୁ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe