ରଣବୀରଙ୍କୁ ପ୍ରଥମେ ପରଦାରେ ଦେଖିବା ପରେ ବିବାହ କରିବାକୁ ମନସ୍ଥ କରିଥିଲେ ଆଲିଆ

ରଣବୀରଙ୍କୁ ପ୍ରଥମେ ପରଦାରେ ଦେଖିବା ପରେ ବିବାହ କରିବାକୁ ମନସ୍ଥ କରିଥିଲେ ଆଲିଆ

ndtv

ମୁମ୍ବାଇ: ଆଜିକାଲି ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପ୍ରେମ କାହାଣୀ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି । ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ଦେଖିବା ପାଇଁ ତାଙ୍କ ପ୍ରଶଂସକ ଅନେକ ଦିନରୁ ଅପେକ୍ଷା କରି ରହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଆଲିଆ କହିଥିଲେ ଯେ, ସେ ରଣବୀରଙ୍କୁ ନିଜ ମନରେ ହିଁ ବିବାହ କରିସାରିଛନ୍ତି ।

ନିକଟରେ ଆଲିଆ ଭଟ୍ଟ ତାଙ୍କ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’ର ପ୍ରମୋସନ ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ। ସେଠାରେ ଏକ ସାକ୍ଷାତକାରରେ ଆଲିଆଙ୍କୁ ତାଙ୍କ ବିବାହ ବିଷୟରେ ପଚରାଯାଇଥିଲା । ଉତ୍ତରରେ ଆଲିଆ କହିଥିଲେ ଯେ, ସେ ମନରେ ରଣବୀରଙ୍କୁ କେବେଠାରୁ ବିବାହ କରିସାରିଛନ୍ତି। ଏବେ କେବଳ ସମସ୍ତଙ୍କ ସାମ୍ନାରେ ତାଙ୍କୁ ବିବାହ କରିବା ବାକି ରହିଛି। ସେ ଆହୁରି ମଧ୍ୟ କହିଥିଲେ ଯେ, ଯେତେବେଳେ ମୁଁ ତାଙ୍କୁ ପରଦାରେ ପ୍ରଥମ ଥର ପାଇଁ ଦେଖିଥିଲି ସେବେଠାରୁ ମୁଁ ରଣବୀରଙ୍କୁ ବିବାହ କରିବାକୁ ସ୍ଥିର କରିଥିଲି । ତେବେ ଆଲିଆଙ୍କ ଉପରେ ବିବାହ ନେଇ କିଛି ଚାପ ଅଛି କି ବୋଲି ପଚରାଯିବାରୁ ସେ କହିଥିଲେ ଯେ, ନାଁ, ତାଙ୍କ ଉପରେ କୈଣସି ଚାପ ନାହିଁ ଏବଂ ସେ ଯେବେ ବି ବିବାହ କରିବେ ସେ ନିଜ ପ୍ରଶଂସକମାନଙ୍କୁ ନିଶ୍ଚିତ ଜଣାଇବେ।

ଆଲିଆ ଭଟ୍ଟ ଏବଂ ରଣବୀର କପୁର ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଛନ୍ତି । ଦୁହେଁ ଅୟାନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ସୁଟିଂ ସମୟରେ ପରସ୍ପରର ପ୍ରେମରେ ପଡ଼ିଥିଲେ। ତେବେ ଫିଲ୍ମର ସୁଟିଂ ସରିଥିବା ବେଳେ ଫିଲ୍ମଟି ସେପ୍ଟେମ୍ବର ୯ରେ ରିଲିଜ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe