ଏହି କାରଣରୁ ଆରଆରଆର ସିନେମା ସହିତ ଜଡ଼ିତ ସମସ୍ତ ପୋଷ୍ଟକୁ ଇନଷ୍ଟାରୁ ଡିଲିଟ୍ କଲେ ଆଲିଆ

Advertisment
ଏହି କାରଣରୁ ଆରଆରଆର ସିନେମା ସହିତ ଜଡ଼ିତ ସମସ୍ତ ପୋଷ୍ଟକୁ ଇନଷ୍ଟାରୁ ଡିଲିଟ୍ କଲେ ଆଲିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ନେଇ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଶୁଣିବାକୁ ମିଳିଛି କି, ଆଲିଆ ଭଟ୍ଟ ଆରଆରଆରର ନିର୍ଦ୍ଦେଶକ ଏସଏସ ରାଜମୌଲିଙ୍କ ଉପରେ ଅସନ୍ତୋଷ ଅଛନ୍ତି। ଆଲିଆ ଆରଆରଆର ସିନେମା ସହିତ ଜଡ଼ିତ ସମସ୍ତ ପୋଷ୍ଟ ନିଜର ଇନଷ୍ଟା ଆକାଉଣ୍ଟରୁ ଡିଲିଟ କରିଦେଇଛନ୍ତି।

ପ୍ରକାଶିତ ରିପୋର୍ଟ ମୁତାବକ, ଆଲିଆ ଭଟ୍ଟ ନିର୍ଦ୍ଦେଶକଙ୍କ ଉପରେ ଅସନ୍ତୋଷ ରହିଛନ୍ତି। ଆରଆରଆରର ଫାଇନଲ କଟରେ ମିଳିଥିବା କମ୍ ସ୍କ୍ରିନ ସ୍ପେସକୁ ନେଇ ଆଲିଆ ଖପ୍ପା ହୋଇଯାଇଛନ୍ତି। ଏଥିପାଇଁ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସିନେମା ସହିତ ଜଡ଼ିତ ସମସ୍ତ ପୋଷ୍ଟକୁ ଡିଲିଟ କରି ଦେଇଛନ୍ତି।

ତେବେ ଆଲିଆ ରାଜମୌଲିଙ୍କୁ ଇନଷ୍ଟାଗ୍ରାମରୁ ଅନଫଲୋ କରି ଦେଇଥିବା ବି ଖବର ଆସୁଛି। ତେବେ ଏହି ଖବର ମିଥ୍ୟା ବୋଲି କୁହାଯାଉଛି। କାରଣ ଇନଷ୍ଟାରେ ଯାଇ ଆଲିଆଙ୍କ ଫଲୋଇଂ ଚେକ କଲେ ରାଜମୌଲିଙ୍କ ନାମ ଥିବା ଦେଖିବାକୁ ମିଳୁଛି। ତେବେ ଆଲିଆ ଇନଷ୍ଟାରୁ ଆରଆରଆରର ସିନେମା ସହିତ ଜଡ଼ିତ ପୋଷ୍ଟର ଡିଲଟ କରିବାର ଆହୁରି ଅନେକ ଗୁଡ଼ାଏ କାରଣ ଥାଇପାରେ ବୋଲି କୁହାଯାଉଛି।

आलिया भट्ट

ତେବେ ଲୋକପ୍ରିୟ ସିନେମା ବାହୁବଳୀ ଫେମ ଏସଏସ ରାଜାମୌଲୀଙ୍କ ଆରଆରଆର ମାର୍ଚ୍ଚ ୨୫ରେ ରିଲିଜ ହୋଇଥିଲା । ଏହା ପ୍ରଥମ ଦିନରେ ୨୫୭ କୋଟି ବ୍ୟବସାୟ କରିଥିଲା । ସାରାବିଶ୍ୱରେ ଏହାର ବ୍ୟବସାୟ ୨୧୦୦ କୋଟି ରହିଛି । ମୋଟ୍ ଛଅଟି ଭାଷାରେ ଏହି ଫିଲ୍ମ ରିଲିଜ୍ ହୋଇଛି । ଏଥିରେ ଜୁନିୟର ଏନଟିଆର ଏବଂ ରାମଚରଣଙ୍କ ବ୍ୟତୀତ ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ନଜର ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe