ଦସ୍ତଖତ ଜାଲିଆତି କରି ଆଲିଆଙ୍କଠାରୁ ୭୬ଲକ୍ଷ ଠକି ନେ‌ଲେ ସେକ୍ରେଟାରୀ

Advertisment
New Project

ମୁମ୍ବାଇ: ଠକିଦେଲେ ସେକ୍ରେଟାରୀ। ଜାଲ ଦସ୍ତଖତ ନେଇ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କଠାରୁ ୭୬ଲକ୍ଷ ଠକିନେଲେ ‌ସେକ୍ରେଟାରୀ। ଏତଲା ରୁଜୁ ହେବାର ୫ମାସ ପରେ ଏବେ ଅଭିଯୁକ୍ତ ବେଦିକା ସେଟ୍ଟୀଙ୍କୁ ପୁଲିସ ଗିରଫ କରିଛି। ମୁମ୍ବାଇର ଜୁହୁ ପୁଲିସ, ବେଙ୍ଗାଲୁରୁରୁ ବେଦିକାଙ୍କୁ ଗିରଫ କରିଛି।

ଆଲିଆ ଭଟ୍ଟଙ୍କ ମା’ ତଥା ଅଭିନେତ୍ରୀ ସୋନି ରାଜଦାନ, ବେଦିକାଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ସୋନିଙ୍କ ଅଭିଯୋଗ ପରେ ପୁଲିସ କିଛି ମାସ ପୂର୍ବରୁ ଏହି ମାମଲା ରୁଜୁ କରିଥିଲା। ମାମଲା ରୁଜୁ ହେବାର ପ୍ରାୟ ୫ମାସ ପରେ, ଅଭିଯୁକ୍ତ ବେଦିକା ସେଟ୍ଟୀକୁ ବେଙ୍ଗାଲୁରୁରୁ ଗିରଫ କରାଯାଇଥିଲା। ତାଙ୍କୁ ଜୁଲାଇ ୮ରେ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ ବେଦିକାଙ୍କୁ ଜୁଲାଇ ୧୦ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇଛି।

କୁହାଯାଉଛି ଯେ, ଠକେଇ ପରେ ବେଦିକା ଫେରାର୍ ହୋଇଯାଇଥିଲେ। ଅଭିଯୁକ୍ତ ବେଦିକା, ଆଲିଆଙ୍କ ଦସ୍ତଖତ ଜାଲିଆତି କରି ଦୁଇ ବର୍ଷ ମଧ୍ୟରେ ୭୬ ଲକ୍ଷ ୯୦ ହଜାର ଟଙ୍କାର ଠକେଇ କରିଥିଲେ। ସେ ଆଲିଆ ଭଟ୍ଟଙ୍କ ପ୍ରଯୋଜନା କମ୍ପାନି ଇଟର୍ନାଲ୍ ସନସାଇନ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଅଭିନେତ୍ରୀଙ୍କ ଆକାଉଣ୍ଟରୁ ଏହି ଠକେଇ କରିଥିଲେ। ତେବେ ଏହି ବିଷୟରେ ଆଲିଆ ଭଟ୍ଟ ଏବଂ ତାଙ୍କ ଦଳ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତି ଜାରି କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe