ବଏକଟ ସିଜିନରେ ବ୍ରହ୍ମାସ୍ତ୍ର ରିିଲିଜ୍ କରିବା ଉଚିତ୍ କି? ଆଲିଆ ଦେଲେ ଏଭଳି ଜବାବ

ବଏକଟ ସିଜିନରେ ବ୍ରହ୍ମାସ୍ତ୍ର ରିିଲିଜ୍ କରିବା ଉଚିତ୍ କି? ଆଲିଆ ଦେଲେ ଏଭଳି ଜବାବ

aajtak

ମୁମ୍ବାଇ: ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ରିଲିଜ୍ ପୂର୍ବରୁ ଅନେକ ରେକର୍ଡ ଭାଙ୍ଗିବାକୁ ବସିଲାଣି। ଏହି ଚଳଚ୍ଚିତ୍ର ସେପ୍ଟେମ୍ବର ୯ରେ ରିଲିଜ୍ ହେବାକୁ ଥିବା ବେଳେ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ର ବର୍ଷର ସର୍ବୋଚ୍ଚ ଆଡଭାନ୍ସ ବୁକିଂ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ରିଲିଜ୍ ପରେ ଫିଲ୍ମର ଅବସ୍ଥା ଅନ୍ୟ ବଲିଉଡ ଫିଲ୍ମ ଭଳି ଶୋଚନୀୟ ହେବନି ତ? ଏପ୍ରଶ୍ନ ଏବେ ସମସ୍ତ ମନରେ ରହିଛି। ତେବେ ଫିଲ୍ମକୁ ବଏକଟ କରିବା ନେଇ ସୋସିିଆଲ ମିଡିଆରେ ଟ୍ରେଣ୍ଡ ଆରମ୍ଭ ‌ହୋଇଥିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ।

ବଏକଟ ଶବ୍ଦ ବ୍ୟବହାର ନକରି ଫିଲ୍ମ ରିଲିଜ ପାଇଁ ଏହି ଋତୁ ଠିକ କି ବୋଲି ପ୍ରଶ୍ନ କରାଯିବା ପରେ ଆଲିଆ କହିଥିଲେ, କେଉଁ ଋତୁ? ଗ୍ରୀଷ୍ମ ନା ଶୀତ। ସେପରି କିଛି ନୁହେଁ। ଯେକୌଣସି ଚଳଚ୍ଚିତ୍ର ରିଲିଜ୍ କରିବା ପାଇଁ ଏହା ହେଉଛି ବହୁତ ସୁନ୍ଦର ଋତୁ। ଏହି ସମୟରେ ଆମକୁ ସୁସ୍ଥ ଏବଂ ନିରାପଦ ରହିବାକୁ ପଡିବ। ଆମକୁ ଜୀବନରେ ଯାହା ମିଳିଛି ସେଥିପାଇଁ ଆମେ ସର୍ବଦା କୃତଜ୍ଞ ହେବା ଉଚିତ୍। ମନରେ କୌଣସି ନକାରାତ୍ମକତା ଆଣନ୍ତୁ ନାହିଁ। ପ୍ରେକ୍ଷାଳୟ ପୁଣି ଖୋଲିଥିବାରୁ ଆମେ ବହୁତ ଖୁସି। ଆମେ ବହୁତ ଖୁସି ଯେ ଆମେ ପୂର୍ବ ପରି ଆମର କାର୍ଯ୍ୟ କରିବାକୁ ସକ୍ଷମ ଏବଂ ଏହାକୁ ଦର୍ଶକଙ୍କୁ ଦେଖାଇବାରେ ସକ୍ଷମ ହୋଇଛୁ। ଏହା ଆମ ପାଇଁ ସବୁଠାରୁ ବଡ଼ କଥା। ଫିଲ୍ମ ରିଲିଜ୍ ପରେ ଭଲ ବ୍ୟବସାୟ କରିବ ବୋଲି ଆଶା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe