Image Courtesy of India Today
ମୁମ୍ବାଇ: ନଭେମ୍ବର ମାସରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ପ୍ରଥମ ସନ୍ତାନର ପିତାମାତା ହେବେ ବୋଲି ଆଜି ବିଶେଷସୂତ୍ରରୁ ଜଣାପଡ଼ିଛି।
ଆଲିଆ ମଧ୍ୟ ଡାକ୍ତରଖାନାରେ ‘ସୋନୋଗ୍ରାଫି’ ବା ‘ଅଲ୍ଟ୍ରାସାଉଣ୍ଡ୍’ କରାଉଥିବା ବେଳର ଫଟୋ ସହିତ ସାମାଜିକ ଗଣମାଧ୍ୟମ ‘ଇନ୍ଷ୍ଟାଗ୍ରାମ୍’ରେ ବାର୍ତ୍ତା ସେୟାର୍ କରିଛନ୍ତି।
ସାମାଜିକ ଗଣମାଧ୍ୟମ ‘ଇନ୍ଷ୍ଟାଗ୍ରାମ୍’ରେ ସେୟାର୍ ହୋଇଥିବା ଫଟୋରେ ଆଲିଆଙ୍କର ‘ସୋନୋଗ୍ରାଫି’ ଚାଲିଥିବା ବେଳେ ରଣବୀର କପୁର ତାଙ୍କ ପାଖରେ ବସିଥିବା ଦେଖିବାକୁ ମିଳୁଛି । ଫଟୋର କ୍ୟାପସନ୍ ଦେଇ ଆଲିଆ ଲେଖିଛନ୍ତି- ଆମ ସନ୍ତାନ… ଖୁବ୍ ଶୀଘ୍ର ଆସୁଛି।
Image Courtesy of Instagramଅନ୍ୟସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଉଭୟ ନିୟମିତ ଡାକ୍ତରଙ୍କ ପାଖକୁ ଯାଇ ‘ଚେକ୍ ଅପ୍’ କରିବା ସହିତ ସବୁ ପ୍ରକାର ପରୀକ୍ଷାନିରୀକ୍ଷା କରାଇ ସବୁ ଠିକ୍ଠାକ୍ ଅଛି ବୋଲି ସୁନିଶ୍ଚିତ ହୋଇସାରିଛନ୍ତି।
ସ୍ମରଣଯୋଗ୍ୟ, ୨୦୨୨ ଏପ୍ରିଲ୍ ୧୪ରେ ଅଭିନେତ୍ରୀ ଆଲିଆ ଓ ରଣବୀରଙ୍କ ବାହାଘର ସେମାନଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ହୋଇଥିଲା। ଏହି ବିବାହ ଅନୁଷ୍ଠାନରେ ଦୁହିଁଙ୍କ ପରିବାର ଲୋକେ ଓ ବନ୍ଧୁବାନ୍ଧବ ଯୋଗ ଦେଇଥିଲେ। ବିବାହ ପୂର୍ବରୁ ଉଭୟ ୫ ବର୍ଷ ଧରି ‘ଡେଟିଙ୍ଗ୍’ କରିଆସୁଥିଲେ।
ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ରେ ଆଲିଆ ଓ ରଣବୀର ଏକତ୍ର ଅଭିନୟ କରୁଛନ୍ତି। ଏହାର ପ୍ରଥମ ଭାଗ ୨୦୨୨ ସେପ୍ଟେମ୍ବର ୯ରେ ରିଲିଜ୍ ହେବ।
Follow Us