ଖୁବଶୀଘ୍ର ବିବାହ ହୋଇଥିବା ଘରକୁ ଛାଡ଼ି ଚାଲିଯିବେ ରଣବୀର ଓ ଆଲିଆ

Advertisment
ଖୁବଶୀଘ୍ର ବିବାହ ହୋଇଥିବା ଘରକୁ ଛାଡ଼ି ଚାଲିଯିବେ ରଣବୀର ଓ ଆଲିଆ

ନୂଆଦିଲ୍ଲୀ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଦୁହେଁ ନିଜର ନୂତନ ଘର ନିର୍ମାଣରେ ବ୍ୟସ୍ତ ଅଛନ୍ତି ।

କୁହାଯାଉଛି ଯେ ରଣବୀର ଏବଂ ଆଲିଆ ଶୁକ୍ରବାର (ମଇ ୨୪) ତାଙ୍କ ନୂଆ ନିର୍ମାଣାଧୀନ ଘରେ ଯାଇ ପହଞ୍ଚିଥିଲେ। ଏହାର କିଛି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଯେଉଁଥିରେ ରଣବୀରଙ୍କୁ ଧଳା ଟି-ସାର୍ଟ ଏବଂ କମଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ବେଳେ ଆଲିଆଙ୍କୁ ଧଳା ସାର୍ଟ ଏବଂ ଗୋଲାପୀ ରଙ୍ଗର ପ୍ୟାଣ୍ଟରେ ଦେଖିବାକୁ ମିଳିଥିଲା। ଉଭୟ ନିର୍ମାଣଧୀନ ଘର ପାଖରେ ଥିବା କିଛିଲୋକଙ୍କ ସହ କଥା ହେବାର ବି ଭିଡିଓରେ ନଜର ଆସିଛି।

ବିଶେଷ ସୂତ୍ରରୁ ଖବର ମିଳିଛି ରଣବୀର ଏବଂ ଆଲିଆ ଝିଅ ରାହାଙ୍କ ସହ କିଛି ମାସ ମଧ୍ୟରେ ନୂତନ ଘରକୁ ଚାଲିଯିବେ। ଷ୍ଟାର ଦମ୍ପତିଙ୍କ ଯୋଜନା ରହିଛି ୨୦୨୪ର ଦୀପାବଳି ଦୁହେଁ ତାଙ୍କର ନୂଆ ଘରେ ପାଳନ କରିବେ।

ନୂତନ ଘରର କାମ ପୁରାପୁରି ଶେଷ ହୋଇଯାଇଛି। ବାକିଥିବା କାମ ଶେଷ ହେବାକୁ ଆଉ ମାତ୍ର ମାସେ କି ଦୁଇମାସ ଲାଗିପାରେ। ଦୀର୍ଘ ଦିନ ଧରି ରଣବୀର ଓ ଆଲିଆଙ୍କ ଏହି ସ୍ବପ୍ନର ଘରର ନିର୍ମାଣ ଚାଲିଥିଲା। ବର୍ତ୍ତମାନ ରଣବୀର ଏବଂ ଆଲିଆ ନିଜ ଘର ବାସ୍ତୁରେ ରହୁଛନ୍ତି। ଏହା ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ । ଉଭୟଙ୍କ ବିବାହ ମଧ୍ୟ ଏହି ଘରେ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe