ବିବାହ ଶାଢ଼ି ପରେ ମେହେନ୍ଦୀର ଲେହେଙ୍ଗାକୁ ରିପିଟ୍ କଲେ ଆଲିଆ

Advertisment

ବିବାହ ଦିନ ପିନ୍ଧିଥିବା ଶାଢ଼ିକୁ ରିପିଟ୍ କରିବା ପରେ ଏବେ ମେହେନ୍ଦୀରେ ପିନ୍ଧିଥିବା ଲେହେଙ୍ଗାକୁ ରିପିଟ୍ କଲେ ବଲିଉଡ ଅଭିନେତ୍ରୀ ଅଲିଆ ଭଟ୍ଟ। ‌ଲୋକପ୍ରିୟ ଡିଜାଇନର ମନୀଷ ସିସୋଦିଆଙ୍କ ଦୀପାବଳି ପାର୍ଟିରେ ଆଲିଆ ଲେହେଙ୍ଗା ରିପିଟ୍ କରିଛନ୍ତି।

ବିବାହ ଦିନ ପିନ୍ଧିଥିବା ଶାଢ଼ିକୁ ରିପିଟ୍ କରିବା ପରେ ଏବେ ମେହେନ୍ଦୀରେ ପିନ୍ଧିଥିବା ଲେହେଙ୍ଗାକୁ ରିପିଟ୍ କଲେ ବଲିଉଡ ଅଭିନେତ୍ରୀ ଅଲିଆ ଭଟ୍ଟ। ‌ଲୋକପ୍ରିୟ ଡିଜାଇନର ମନୀଷ ସିସୋଦିଆଙ୍କ ଦୀପାବଳି ପାର୍ଟିରେ ଆଲିଆ ଲେହେଙ୍ଗା ରିପିଟ୍ କରିଛନ୍ତି।

aliaaa

ମୁମ୍ବାଇ: ବିବାହ ଦିନ ପିନ୍ଧିଥିବା ଶାଢ଼ିକୁ ରିପିଟ୍ କରିବା ପରେ ଏବେ ମେହେନ୍ଦୀରେ ପିନ୍ଧିଥିବା ଲେହେଙ୍ଗାକୁ ରିପିଟ୍ କଲେ ବଲିଉଡ ଅଭିନେତ୍ରୀ ଅଲିଆ ଭଟ୍ଟ। ‌ଲୋକପ୍ରିୟ ଡିଜାଇନର ମନୀଷ ସିସୋଦିଆଙ୍କ ଦୀପାବଳି ପାର୍ଟିରେ ଆଲିଆ ଗୋଲାପି ରଙ୍ଗର ଲେହେଙ୍ଗା ପିନ୍ଧି ପହଞ୍ଚିଥିଲେ। ଆଲିଆ କିଛି ଅଲଗା ପିନ୍ଧି ଆସିବେ ବୋଲି ଆଶା କରାଯାଉଥିବା ବେଳେ ନିଜ ଲେହେଙ୍ଗାକୁ ରିପିଟ୍ କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। 

ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ବି ଆଲିଆ ନିଜ ପେ‌ାଷାକ ରିପିଟ୍ କରିସାରିଛନ୍ତି। ଅକ୍ଟୋବର ୧୭, ୨୦୨୩ରେ ଆଲିଆଙ୍କୁ ଗଙ୍ଗୁବାଇ କାଠିଆୱାଡି ପାଇଁ ଜାତୀୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଗଙ୍ଗୁବାଇ କାଠିଆୱାଡି ଚଳଚ୍ଚିତ୍ର ପାଇଁ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ। ଏହି ବିଶେଷ କାର୍ଯ୍ୟକ୍ରମ ପାଇଁ ଆଲିଆ ଏକ ସ୍ୱତନ୍ତ୍ର ଶାଢ଼ି ପିନ୍ଧିଥିବା ଦେଖାଯାଇଥିଲା। ଏହି ଶାଢ଼ିଟି ସେ ତାଙ୍କ ଜୀବନର ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିନ ଅର୍ଥାତ୍ ତାଙ୍କ ବିବାହରେ ପିନ୍ଧିଥିଲେ।

Alia Bhatt repeats wedding saree for National Film Awards ceremony. Pics -  India Today

ଆଲିଆ ଏକ ସାକ୍ଷାତକାରରେ ମଧ୍ୟ କହିସାରିଛନ୍ତି ଯେ, ସେ ପୋଷାକ ରିପିଟ୍ କରିବାକୁ ପସନ୍ଦ କରନ୍ତି। ଏହା କରିବାରେ ତାଙ୍କୁ ଲାଜ ଲାଗେ ନାହିଁ। ଅନେକ ସମୟରେ ସେ ନିଜ ପୋଷାକକୁ ରିପିଟ୍ କରିଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe