୧୦୦ କୋଟି କ୍ଲବରେ ପ୍ରବେଶ କଲା ଆଲିଆ ଭଟ୍ଟଙ୍କ ଫିଲ୍ମ 'ଗଙ୍ଗୁବାଇ କାଠିଆବାଡି'

Advertisment
୧୦୦ କୋଟି କ୍ଲବରେ ପ୍ରବେଶ କଲା ଆଲିଆ ଭଟ୍ଟଙ୍କ ଫିଲ୍ମ 'ଗଙ୍ଗୁବାଇ କାଠିଆବାଡି'

aajtak

ମୁମ୍ବାଇ: ୧୦୦ କୋଟି କ୍ଲବରେ ପ୍ରବେଶ କଲା ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫିଲ୍ମ 'ଗଙ୍ଗୁବାଇ କାଠିଆବାଡି'। ନିକଟରେ ଆଲିଆଙ୍କର ରିଲିଜ୍ ହୋଇଥିବା ଫିଲ୍ମ 'ଗଙ୍ଗୁବାଇ କାଠିଆବାଡି' ବକ୍ସ ଅଫିସରେ ଆରମ୍ଭରୁ ଧମାଲ କରିଥିବା ବେଳେ ଏବେ ଆଉ ଏକ ନୂଆ ରେକର୍ଡ ତିଆରି କରିଛି। ୧୦୦ କୋଟି କ୍ଲବରେ ସାମିଲ ହେବାରେ ସଫଳ ହୋଇଛି ଫିଲ୍ମ 'ଗଙ୍ଗୁବାଇ କାଠିଆବାଡି'।

କରୋନା ପରେ ୧୦୦ କୋଟି କ୍ଲବରେ ସାମିଲ ହେବାରେ ଚତୁର୍ଥ ଫିଲ୍ମ ହୋଇପାରିଛି 'ଗଙ୍ଗୁବାଇ କାଠିଆବାଡି'। ଏହା ପୂର୍ବରୁ ଫିଲ୍ମ ସୂର୍ଯ୍ୟବଂଶୀ, ୮୩, ଏବଂ ପୁଷ୍ପା ୧୦୦ କୋଟି  କ୍ଲବରେ ସାମିଲ ହୋଇଥିଲା। ସିନେ ସମୀକ୍ଷକ ତରନ ଆଦର୍ଶ ଫିଲ୍ମ ଗଙ୍ଗୁବାଇ କାଠିଆବାଡି ୧୦୦କୋଟି କ୍ଲବରେ ସାମିଲ ହୋଇଥିବା ନେଇ ସୂଚନା ଦେଇଛନ୍ତି। ତରନ୍ ଆଦର୍ଶ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଗଙ୍ଗୁବାଇ କାଠିଆବାଡି ୧୦୦କୋଟି କ୍ଲବରେ ସାମିଲ ହୋଇଛି। କରୋନା ମହାମାରୀ ପରେ ୧୦୦ କୋଟି କ୍ଲବରେ ସାମିଲ ହେବାରେ ଏହା ହେଉଛି ଚତୁର୍ଥ ଫିଲ୍ମ।

ଫିଲ୍ମ ‘ରାଜି’ ଓ ‘ଡିୟର ଜିନ୍ଦେଗୀ’ ପରେ ଆଲିଆ ଭଟ୍ଟ ଏବେ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି, ଯେଉଁଥିରେ ଜଣେ ଅଭିନେତ୍ରୀଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ‘ଗଙ୍ଗୁବାଇ କାଠିଆୱାଡି’ରେ ଲେଡି ଡନ୍ ଭୂମିକାରେ ଲୋକମାନେ ଆଲିଆଙ୍କୁ ବହୁତ ପସନ୍ଦ କରୁଥିବା ଦେଖାଯାଇଛି। ସେଥିପାଇଁ ଫିଲ୍ମଟି ପ୍ରଥମ ଦିନରେ ୧୦.୫୦ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୧୩.୩୨କୋଟି ଟଙ୍କା ଆୟ କରିଥିଲା। ଏପର୍ଯ୍ୟନ୍ତ ସଞ୍ଜୟ ଲୀଲା ବଂସାଲୀଙ୍କ ଫିଲ୍ମ ୯୯.୬୪ କୋଟି ଟଙ୍କାର ବ୍ୟବସାୟ କରିସାରିଥିବା ବେଳେ ଆଗକୁ ମଧ୍ୟ ଫିଲ୍ମଟି ଭଲ ଆୟ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe