ଆଲିଆଙ୍କୁ ରଣବୀରଙ୍କ ଭଉଣୀ ଦେଲେ ଏହି ଉପହାର , ଜଣାପଡ଼ୁଛି ଆଲିଆ ବି କପୁର ପରିବାରର ପସନ୍ଦ !

ଆଲିଆଙ୍କୁ ରଣବୀରଙ୍କ ଭଉଣୀ ଦେଲେ ଏହି ଉପହାର , ଜଣାପଡ଼ୁଛି ଆଲିଆ ବି କପୁର ପରିବାରର ପସନ୍ଦ !

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟ କେବଳ ଅଭିନୟ ପାଇଁ ନୁହେଁ,ବରଂ ବେଳେବେଳେ ନିଜର କଥା ପାଇଁ ସିନେପ୍ରେମୀଙ୍କ ମହଲରେ ଆଲୋଚିତ ହୋଇଛନ୍ତି।
ଏଇ ନିକଟରେ ଆଲିଆ ଭଟ୍ଟ ନିଜର ପ୍ରେମସଂପର୍କ ଓ ଭାବି ପରିବାରର ଯୋଜନାର ଖୁଲାସା କରିଛନ୍ତି। ଆଲିଆ କହିଛନ୍ତି ଯେ,ବଲିଉଡ଼ର ଲୋକପ୍ରିୟ ନାୟକ ରଣବୀର କପୁରଙ୍କ ସହିତ ପ୍ରେମ-ସଂପର୍କ ରଖିଛନ୍ତି। ରଣବୀରଙ୍କୁ ନେଇ ଘରସଂସାର କରିବାର ବି ସ୍ୱପ୍ନ ଦେଖୁଛନ୍ତି।

ଆଲିଆ ଆହୁରି ମଧ୍ୟ କହିଛନ୍ତି ଯେ ,ସେ ଗୋଟିଏ ନୁହେଁ କି ଦୁଇଟି ନୁହେଁ,ବରଂ ତିନିଟି ସନ୍ତାନର ଜନନୀ ହେବାର ଇଛା ରଖିଛନ୍ତି। ସେ ଚାହୁଁଛନ୍ତି ତାଙ୍କର ତିନିଟି ପିଲା ହେଉ। ଆଲିଆ ସେହି ପିଲାମାନଙ୍କର ନାଆଁ କ’ଣ ରଖିବେ ,ତାହା ବି ସେ ଭାବି ସାରିଲେଣି ବୋଲି କହିଛନ୍ତି।
ଦେଖାଯାଉ ଆଲିଆ ଯାହା କହିଛନ୍ତି,ତାହା ସତ ହେଉଛି କି ନା।ଏଣେ ଆଲିଆ ଆହୁରି ମଧ୍ୟ କହିଛନ୍ତି ଯେ, ବାହାରେ ସମସ୍ତେ ତାଙ୍କୁ ପିଲାଭଳି ବ୍ୟବହାର ଦେଖାନ୍ତି,କିନ୍ତୁ ଘରେ ତାଙ୍କୁ କେହି ସେଭଳି ଦୃଷ୍ଟିରେ ଦେଖନ୍ତି ନାହିଁ।

publive-image photo-navbharattimes

ଠିକ୍‌ ସେହିପରି ରଣବୀର କପୁର ବି ଆଲିଆଙ୍କ ସହ ଥିବା ପ୍ରେମ ସଂପର୍କକୁ ଅସ୍ୱୀକାର କରି ନାହାନ୍ତି। ସେ ଏଥିପାଇଁ କିଛି ସମୟ ନେବାକୁ ଚାହାଁନ୍ତି ବୋଲି କହିଛନ୍ତି। ଏବେ ଆଉ ଏକ ଖବର ଆସିଛି ଯାହା ଏହି ପ୍ରେମୀଯୁଗଳଙ୍କର ସଂପର୍କକୁ ଅଧିକ ଘନିଷ୍ଠ କରୁଛି। ରଣବୀର କପୁରଙ୍କ ଭଉଣୀ ରିଧିମା ଆଲିଆ ଭଟ୍ଟଙ୍କୁ ଏକ ଉପହାର ଦେଇଛନ୍ତି। ହଁ , ରିଧିମା କପୁର ସାହାଣୀ ଆଲିଆଙ୍କୁ ଏକ ବ୍ରେସଲେଟ୍‌ ଉପହାର ଦେଇଛନ୍ତି। ଏଥିରୁ ଅନୁମାନ କରାଯାଉଛି କି ଆଲିଆ କପୁର ପରିବାରର ପସନ୍ଦ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe