ଆଲିଆଙ୍କ ଆଫେଆର ବିଷୟରେ ମାଆ ଯାହା କହିଲେ ,ଆପଣ ବି ଶୁଣି ଚମକି ପଡ଼ିବେ

Advertisment
ଆଲିଆଙ୍କ ଆଫେଆର ବିଷୟରେ ମାଆ ଯାହା କହିଲେ ,ଆପଣ ବି ଶୁଣି ଚମକି ପଡ଼ିବେ

ମୁମ୍ବାଇ: ବଲିଉଡର ହଟ୍‌ ହିରୋଇନ୍‌ ଆଲିଆ ଭଟ୍ଟଙ୍କ ପର୍ସନାଲ୍‌ ଲାଇଫ୍‌ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ବିଶେଷ କରି ସେ ଯେଉଁ ହିରୋଙ୍କ ସହିତ କାମ କରନ୍ତି, ତାଙ୍କ ନାଆଁ ସହିତ ଆଲିଆଙ୍କର ନାଆଁ ଯୋଡା ହୋଇଯାଏ।
ଅନେକ ସମୟରେ ଆଲିିଆ ଭଟ୍ଟ ବି ଖୋଲାଖୋଲି କିଛି କଥା କୁହନ୍ତି, ଯାହା ଚର୍ଚ୍ଚାର ବିଷୟ ହୋଇଥାଏ। ଆଜିକାଲି ବଲିଉଡର ହାର୍ଟଥ୍ରୋବ୍‌ ରଣବୀର କପୁରଙ୍କ ସହିତ ଆଲିଆ ଭଟ୍ଟଙ୍କର ଆଫେଆର୍‌କୁ ନେଇ ଖୁବ୍‌ ସରଗରମ ଚର୍ଚ୍ଚା ହେଉଛି। ଦୁହିଁଙ୍କୁ ଅନେକ ଜାଗାରେ ଏକାଠି ବି ଦେଖିବାକୁ ମିଳୁଛି।
ଆଗରୁ ଆଲିଆ ଭଟ୍ଟ ସିଦ୍ଧାର୍ଥ ମାଲହୋତ୍ରା ଓ ଅର୍ଜୁନ କପୁରଙ୍କୁ ବି ଡେଟ୍‌ କରୁଥିଲେ। ବିଶେଷ କରି ସିଦ୍ଧାର୍ଥଙ୍କ ସହିତ ଆଲିଆଙ୍କ ଆଫେଆର୍‌ ବଲିଉଡରେ ହଟ୍‌ ଟପିକ୍‌ ପାଲଟିଥିଲା।

publive-image
ଏବେ ଆଲିଆଙ୍କର ନୂଆ ଆଫେଆର୍‌ ପ୍ରସଙ୍ଗରେ ତାଙ୍କ ମାଆ ସୋନି ରାଜଦାନ୍‌ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ଆଲିଆଙ୍କୁ ଏବେ ୨୬ ବର୍ଷ ବୟସ ହେଲାଣି। ଆଲିଆ ବଲିଉଡରେ ପ୍ରାୟ ସାତ ବର୍ଷ ହେବ କାମ କରିଲେଣି। ସେ ଜଣେ ପବ୍ଲିକ୍‌ ଫିଗର୍‌ । ଅନେକ ସମୟରେ କୋଷ୍ଟାରଙ୍କ ସହିତ ଲିଙ୍କ ଅପ୍‌ର ଉଡା ଖବର ଶୁଣିବାକୁ ମିଳେ। ଲୋକେ ଗସିପ୍‌ର ମଜା ନେଇଥାନ୍ତି। କିନ୍ତୁ ଆଗକୁ ବଢିବା ଲାଗି ଏସବୁ ରୋକିବାର ଆବଶ୍ୟକତା ନାହିଁ ବୋଲି ବି କହିଛନ୍ତି ସୋନି। ଏହା ସେଲିବ୍ରିଟିଙ୍କ ଜୀବନର ଏକ ଅଙ୍ଗ ବୋଲି ବି କହିଛନ୍ତି ସୋନି ରାଜଦାନ୍‌।
ଏ ବିଷୟରେ ସେ ଆଲିଆଙ୍କୁ କୌଣସି ପରାମର୍ଶ ଦେବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି ସୋନି ରାଜଦାନ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe