ମୁମ୍ବାଇ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହର ପ୍ରକୃତ ତାରିଖକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଅନେକ କହୁଛନ୍ତି, ଆସନ୍ତା ୧୪ ତାରିଖରେ ଦୁହିଁଙ୍କ ହାତଗଣ୍ଠି ପଡ଼ିବ। ଆଉ କେତେକ ନିଶ୍ଚିତ କରିଛନ୍ତି, ଏପ୍ରିଲ୍ ୧୫ରେ ଉଭୟଙ୍କ ବିବାହ ହେବ। ପ୍ରତିଦିନ ନୂଆ ନୂଆ ସୂଚନା ସାମ୍ନାକୁ ଆସୁଛି। ଏସବୁ ମଧ୍ୟରେ ଆଲିଆ ଏବଂ ରଣବୀରଙ୍କ ବିବାହକୁ ସ୍ଥଗିତ ରଖାଯାଇଛି ବୋଲି ମଧ୍ୟ ଆଲୋଚନା ହେଉଛି। ଆଲିଆ-ରଣବୀରଙ୍କ ବିବାହ କେବେ ହେବ ଉତ୍ତରରେ ରଣବୀରଙ୍କ ମାଆ ନୀତୁ କପୁରଙ୍କ ଉତ୍ତର ଚର୍ଚ୍ଚାକୁ ଅଧିକ ତେଜୁଛି। ନୀତୁ କୌଣସି କଥା ସ୍ପଷ୍ଟ କରିନାହାନ୍ତି। ଆଲିଆଙ୍କ ମାମୁଁ ରବିନ୍ ଭଟ୍ଟ କହିଛନ୍ତି, ଆଗାମୀ ୧୩ରେ ମେହେନ୍ଦୀ ସମାରୋହ ଏବଂ ୧୪ରେ ସେମାନଙ୍କ ବିବାହ ସ୍ଥିର ହୋଇଛି। ସେମାନଙ୍କ ବିବାହର ତାରିଖ ପରିବର୍ତ୍ତନ ହୋଇପାରେ। ଆଲିଆଙ୍କ ଭାଇ ରାହୁଲ କହିଛନ୍ତି, ପୂର୍ବରୁ ଏପ୍ରିଲ ୧୪ରେ ସେମାନଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା। ଗଣମାଧ୍ୟମରେ ସୂଚନା ଲିକ୍ ହେବା ପରେ ଏହାକୁ କିଛିଦିନ ଘୁଞ୍ଚାଇ ଦେବାକୁ ସେମାନେ ନିଷ୍ପତ୍ତି ନେଇଛନ୍ତି। ତାରିଖ ପରିବର୍ତ୍ତନ ପଛରେ ସୁରକ୍ଷା ଚିନ୍ତା ମଧ୍ୟ ଅନ୍ୟତମ ବୋଲି କୁହାଯାଉଛି।
ଆଲିଆ-ରଣବୀରଙ୍କ ବିବାହ ତାରିଖ ଘୁଞ୍ଚିବ
Advertisment
Follow Us